ବିଷାକ୍ତ ସାପ କାମୁଡ଼ାରେ ଜଣେ ଅନ୍ତେବାସୀ ମୃତ, ଆଉ ଜଣେ ଛାତ୍ର ଗୁରୁତର

କେନ୍ଦୁଝର: କେନ୍ଦୁଝର ସହର ନିକଟ ଗୁମୁରା ଠାରେ ଥିବା ମାନସୀ କୋଚିଂ ସେଣ୍ଟର ନାମକ ଏକ ଆବାସିକ କୋଚିଂ ସେଣ୍ଟରର ଦୁଇଜଣ ଛାତ୍ରଙ୍କୁ ବିଷାକ୍ତ ସାପ କାମୁଡି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଆବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ସାପଟିକୁ ବିଛଣା ତଳୁ ଠାବକରି ଏକ ପ୍ଲାଷ୍ଟିକ ଜାରରେ ରଖିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ମାନସୀ କୋଚିଂ ସେଣ୍ଟରରେ ୧୪୦ ଜଣ ପିଲା ରହୁଛନ୍ତି। ମଙ୍ଗଳବାର ରାତ୍ରିରେ […]

କେନ୍ଦୁଝର: କେନ୍ଦୁଝର ସହର ନିକଟ ଗୁମୁରା ଠାରେ ଥିବା ମାନସୀ କୋଚିଂ ସେଣ୍ଟର ନାମକ ଏକ ଆବାସିକ କୋଚିଂ ସେଣ୍ଟରର ଦୁଇଜଣ ଛାତ୍ରଙ୍କୁ ବିଷାକ୍ତ ସାପ କାମୁଡି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଆବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ସାପଟିକୁ ବିଛଣା ତଳୁ ଠାବକରି ଏକ ପ୍ଲାଷ୍ଟିକ ଜାରରେ ରଖିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ମାନସୀ କୋଚିଂ ସେଣ୍ଟରରେ ୧୪୦ ଜଣ ପିଲା ରହୁଛନ୍ତି। ମଙ୍ଗଳବାର ରାତ୍ରିରେ ପିଲାମାନେ ଖାଇପିଇ ଶୋଇଥିଲେ। କେତେକ ପିଲା ଗୋଟିଏ ହଲରେ ଶୋଇଥିଲେ। ସେମାନଙ୍କ ମଧ୍ୟରୁ ବାଇଲ ବେଡା, ଭଗାମୁଣ୍ଡାର ଦୀନବନ୍ଧୁ ମହନ୍ତଙ୍କ ଦଶମ ଶ୍ରେଣୀରେ ପଢୁଥିବା ରଶ୍ମିରଞ୍ଜନ ମହାନ୍ତ ଏବଂ ଚମ୍ପୁଆ ଯଦିପଦାର ଚରଣ ମହାନ୍ତଙ୍କ ପୁଅ ସମୀର ମହାନ୍ତଙ୍କୁ କେତେବେଳେ ବିଷାକ୍ତ ସାପ କାମୁଡି ଦେଇଥିଲା। ବୁଧବାର ସକାଳୁ ସେମାନେ ଅସୁସ୍ଥ ହୋଇପଡିବାରୁ ସଙ୍ଗେସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଡାକ୍ତର ସେମାନଙ୍କୁ ସାପ କାମୁଡିଥିବା ସନ୍ଦେହ କରି କଟକ ରେଫର କରିଥିଲେ। କଟକ ଡାକ୍ତରଖାନା ପହଞ୍ଚିବା ବେଳକୁ ରଶିରଞ୍ଜନର ମୃତ୍ୟୁ ଘଟିଥିବା ଜଣାପଡିଛି।

ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ସମୀର ଚିକିତ୍ସାଧିନ ଅଛି। କୋଚିଂ ସେଣ୍ଟର ପକ୍ଷରୁ ସେମାନେ ଶୋଇଥିବା ହଲରେ ଦେଖିବାବେଳକୁ ଏକ ବିଷାକ୍ତ ସାପ ସେମାନଙ୍କର ବିଛଣାତଳେ ଥିଲା। ତାକୁ ଧରି ଏକ ପ୍ଲାଷ୍ଟିକ ଜାର ଭିତରେ ରଖାଯାଇଛି।

About The Author: The Sakala