ଛତୁ ତୋଳିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଘଷିପୁରା: ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଭିତରକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବୃଦ୍ଧ ସ୍ଥାନୀୟ ବରାଙ୍ଗ ଗ୍ରାମର ନିତ୍ଯାନନ୍ଦ ମହାନ୍ତ (୬୭) ବୋଲି ଜଣାପଡିଛି । ତାଙ୍କୁ ପ୍ରଥମେ ସାଇଁକୁଳ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସୂଚନା ଅନୁସାରେ, ଆଜି ଭୋର୍ ରୁ ଜଙ୍ଗଲ […]

ଘଷିପୁରା: ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଭିତରକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବୃଦ୍ଧ ସ୍ଥାନୀୟ ବରାଙ୍ଗ ଗ୍ରାମର ନିତ୍ଯାନନ୍ଦ ମହାନ୍ତ (୬୭) ବୋଲି ଜଣାପଡିଛି । ତାଙ୍କୁ ପ୍ରଥମେ ସାଇଁକୁଳ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ସୂଚନା ଅନୁସାରେ, ଆଜି ଭୋର୍ ରୁ ଜଙ୍ଗଲ ମଧ୍ଯକୁ ଗାଁର ୩ ରୁ ୪ ଜଣ ଲୋକଙ୍କ ସହ ନିତ୍ଯାନନ୍ଦ ଛତୁ ତୋଳିବାକୁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ତା’ର ଦୁଇ ଛୁଆଙ୍କୁ ଧରି ଜଙ୍ଗଲ ଭିତରକୁ ଫେରୁଥିବା ଅବସ୍ଥାରେ ଛତୁ ଗୋଟାଳି ଲୋକଙ୍କ ସହ ମୁହାଁମୁହିଁ ହୋଇଯାଇଥିଲା । ଭାଲୁକୁ ଦେଖି ଅନ୍ଯମାନେ ଦୌଡି ପଳାଇଥିବା ବେଳେ ନିତ୍ଯାନନ୍ଦ ଦୌଡି ନପାରି ଭାଲୁ ଆକ୍ରମଣ ଶିକାର ହୋଇଥିଲେ । ପରେ ଗାଁ ଲୋକ ମିଶି ଭାଲୁ କବଳରୁ ନିତ୍ଯାନନ୍ଦକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ନିତ୍ଯାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି।

About The Author: The Sakala