କେନ୍ଦୁଝର: କଳା ପଲସର ଆସି ବନ୍ଧୁକ ମୁନରେ ଟଙ୍କା ଲୁଟ କଲେ ଦୁର୍ବୁତ୍ତ । ଦିନ ଦ୍ଵିପ୍ରହରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୁକୁନା ନିକୁଟରୁ ଆଜି ଦିବା ଆଲୋକରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଛନ୍ତି ଦୃର୍ବୁତ୍ତ । ମିଳିଥିବା ସୂଚନା ଅନୁଯାୟୀ ବାଉରୀପଦା ପଞ୍ଚାୟତ ପିଇଓ ପଞ୍ଚୟତରେ ଭତା ଟଙ୍କା ବାଣ୍ଟିବା ପାଇଁ ବ୍ୟାଙ୍କରୁ ଟଙ୍କା ନେଇ ଆସୁଥିଲେ । ଆଉ ମାତ୍ର ୫ ଶହ ମିଟର ଯାଇଥିଲେ ପଞ୍ଚାୟତ କାର୍ଯ୍ୟଳୟ ପଡିଥାନ୍ତା, ମାତ୍ର ତା ପୂର୍ବରୁ କଳା ପଲସର ଆସି ବନ୍ଧୁକ ମୁନରେ ଟଙ୍କା ଝାମ୍ପିନେଲେ ଲୁଟେରା । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଏକ କଳା ପଲସରରେ ତିନି ଜଣ ମୁଖା ପିନ୍ଧା ଲୋକ ଥିଲେ। ଟଙ୍କା ଲୁଟିବା ପରେ ବେଲଦା ରାସ୍ତା ଦେଇ ଚମ୍ପଟ ମାରିଛନ୍ତି। ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ୍ ଜାରୀ ରଖିଛି।