କେନ୍ଦୁଝର: ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ । କେନ୍ଦୁଝର ଜିଲ୍ଲା ସଦର ଥାନା ବାଂଶପାଳ ବ୍ଲକ ରାୟଗଡ଼ା ପଞ୍ଚାୟତର ଆମୁଣି ଗାଁ ନିକଟରେ ଯୁବକଙ୍କୁ କେହି ଦୁବୃର୍ତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଫୁଲଝର ଗାଁର ତରଣୀସେନ ମଣ୍ଡଳ ବୋଲି ପ୍ରାଥମିକ ସୂଚନା ମିଳିଛି । ଆଜି ସକାଳେ ରାସ୍ତାକଡ଼ରେ ଯୁବକଙ୍କ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ନିକଟରେ ଏକ ପଥର ମଧ୍ୟ ପଡ଼ିଥିବା ନେଇ ସୂଚନା ମିଳିଛି । ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପଥରରେ ଛେଚି ଯୁବକଙ୍କୁ ହତ୍ୟା କଲେ ଦୁର୍ବୁତ୍ତ
କେନ୍ଦୁଝର: ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ । କେନ୍ଦୁଝର ଜିଲ୍ଲା ସଦର ଥାନା ବାଂଶପାଳ ବ୍ଲକ ରାୟଗଡ଼ା ପଞ୍ଚାୟତର ଆମୁଣି ଗାଁ ନିକଟରେ ଯୁବକଙ୍କୁ କେହି ଦୁବୃର୍ତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଫୁଲଝର ଗାଁର ତରଣୀସେନ ମଣ୍ଡଳ ବୋଲି ପ୍ରାଥମିକ ସୂଚନା ମିଳିଛି । ଆଜି ସକାଳେ ରାସ୍ତାକଡ଼ରେ ଯୁବକଙ୍କ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା […]