ମା’ ତାରିଣୀଙ୍କ ଚଇତି ପର୍ବ ଆରମ୍ଭ, କରୋନା କଟକଣାରେ ଚାଲିଛି ଦର୍ଶନ

ଘଟଗାଁ/କେନ୍ଦୁଝର: ଶୁକ୍ରବାର ଠାରୁ ମା ତାରିଣୀଙ୍କ ୮୫ ତମ ଚଇତି ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଏହି ପର୍ବ ୯ ତାରିଖରୁ ଆରମ୍ଭ କରି ୧୫ ତାରିଖ ଯାଏ ଚାଲିବ। କିନ୍ତୁ ପଣା ସଂକ୍ରାନ୍ତି ଦୁଇଦିନ ଏପ୍ରିଲ ୧୩ ଓ ୧୪ ତାରିଖ ଭକ୍ତଙ୍କ ପାଇଁ ମାଙ୍କ ଦର୍ଶନ ବନ୍ଦ ରହିବ। କରୋନାକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। […]

ଘଟଗାଁ/କେନ୍ଦୁଝର: ଶୁକ୍ରବାର ଠାରୁ ମା ତାରିଣୀଙ୍କ ୮୫ ତମ ଚଇତି ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଏହି ପର୍ବ ୯ ତାରିଖରୁ ଆରମ୍ଭ କରି ୧୫ ତାରିଖ ଯାଏ ଚାଲିବ। କିନ୍ତୁ ପଣା ସଂକ୍ରାନ୍ତି ଦୁଇଦିନ ଏପ୍ରିଲ ୧୩ ଓ ୧୪ ତାରିଖ ଭକ୍ତଙ୍କ ପାଇଁ ମାଙ୍କ ଦର୍ଶନ ବନ୍ଦ ରହିବ। କରୋନାକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଇତି ପର୍ବ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି । ଚଇତିପର୍ବ ନିମନ୍ତେ ମା’ଙ୍କର ଦୈନଦିନ ନୀତିକାନ୍ତି, ସୁନାବେଶ ଏବଂ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କୋଭିଡ-୧୯ ଗାଇଡ଼ଲାନ ପାଳନ କରାଯାଉଛି।

ଭୋର ସକାଳୁ ମାଙ୍କ ସ୍ନାନ ପରେ ,ମାଜଣା ଓ ସୁନାବେଶ ହେବା ପରେ ମାଙ୍କ ଆଳତୀ ହୋଇଛି। ଆଳତୀ ପରେ ଭକ୍ତଙ୍କୁ ମାଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ସମସ୍ତ ଭକ୍ତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ ହୋଇଛି। ଚଇତି ପର୍ବର ୭ଦିନ ମଧ୍ୟରୁ ଏପ୍ରିଲ ୯ ଠାରୁ ୧୨ ତାରିଖ ଓ ୧୫ ତାରିଖରେ ସାଧାରଣ ଦର୍ଶନ ସକାଳ ୭ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ ଏବଂ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୭ ଚାଲୁ ରହିବ।

ଶୁକ୍ରବାର ମା’ଙ୍କ ଚଇତି ପର୍ବର ପ୍ରଥମ ଦିନରେ ବିଶେଷ ଭିଡ଼ ହୋଇ ନ ଥିବାବେଳେ ଶନିବାର ଓ ରବିବାର ସପ୍ତାହନ୍ତ ଛୁଟି ରହୁଥିବାରୁ ଦର୍ଶନ ପାଇଁ ଘଟଗାଁରେ ଅଧିକ ଭିଡ଼ ହେବବୋଲି ଆଶା କରାଯାଉଛି। ତେବେ କରୋନା ମହାମାରିରୁ ମା’ ସମସ୍ତଙ୍କୁ ଉଧାର କରନ୍ତୁ ସମସ୍ତ ଭକ୍ତ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମା’ଙ୍କୁ ପ୍ରାର୍ଥନା କରାଯିବା ସହ ସମସ୍ତ କୋଭିଡ-୧୯ ନିୟମ ପାଳନକରି ଭକ୍ତମାନେ ଶୃଙ୍ଖଳା ସହ ଦର୍ଶନ କରି ମା’ଙ୍କ ଆଶୀର୍ବାଦ ପାଆନ୍ତୁ ବୋଲି ତାରିଣୀ ଠାକୁରାଣୀ ଟ୍ରଷ୍ଟ ବୋର୍ଡର ଅଧକ୍ଷ ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି।

About The Author: The Sakala