ଚାଷ କାମସାରି ନାଳରେ ଗାଧୋଉଥିବା ବେଳେ ଭାସିଗଲେ ଚାଷୀ

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଷ କାମସାରି ନାଳରେ ଗାଧୋଇବା ବେଳେ ଜଣେ ଚାଷୀ ପାଣିରେ ଭାସି ଯାଇଥିବା ଖବର ମିଳିଛି। ସୂଚନା ଅନୁସାରେ, ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁବାହାଳି ଗ୍ରାମର ଚାଷୀ ଦ୍ୱାନ ଦଣ୍ଡପାଟ ଓ ତାଙ୍କ ପତ୍ନୀ ନଳପ ଦଣ୍ଡପାଟ ଚାଷଜମିରେ କାମସାରି ମଙ୍କଡ଼ା ନାଳରେ ରବିବାର ଅପରାହ୍ନରେ ଗାଧୋଉଥିବା ବେଳେ ଦ୍ୱାନ ପାଣିରେ ଭାସିଯାଇଥିଲ । ତାଙ୍କ ପତ୍ନୀ କଣ କରିବେ ଉପାୟ […]

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଷ କାମସାରି ନାଳରେ ଗାଧୋଇବା ବେଳେ ଜଣେ ଚାଷୀ ପାଣିରେ ଭାସି ଯାଇଥିବା ଖବର ମିଳିଛି।

ସୂଚନା ଅନୁସାରେ, ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁବାହାଳି ଗ୍ରାମର ଚାଷୀ ଦ୍ୱାନ ଦଣ୍ଡପାଟ ଓ ତାଙ୍କ ପତ୍ନୀ ନଳପ ଦଣ୍ଡପାଟ ଚାଷଜମିରେ କାମସାରି ମଙ୍କଡ଼ା ନାଳରେ ରବିବାର ଅପରାହ୍ନରେ ଗାଧୋଉଥିବା ବେଳେ ଦ୍ୱାନ ପାଣିରେ ଭାସିଯାଇଥିଲ । ତାଙ୍କ ପତ୍ନୀ କଣ କରିବେ ଉପାୟ ନ ପାଇ ପାଟିତୁଣ୍ଡ କରିଥିଲେ। ଏବାବଦରେ ଜଣାପଡିବା ପରେ ତେଲକୋଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କିଛି ପତ୍ତା ମିଳିପାରି ନାହିଁ। ସୂଚନା ଯୋଗ୍ୟ ଯେ, ଦୁଇଦିନ ତଳେ ଅନୁରୂପ ଭାବେ ଚାଷକମ ସାରି ଘରକୁ ଫେରିବା ବେଳକୁ ଅନ୍ୟ ଏକ ନାଳରେ ବୁଡି ଜଣଙ୍କର ମୃତ୍ୟୁ ଘଟିଥିଲା।

About The Author: The Sakala