ଆଉ ଏକ ଦନ୍ତାହାତୀର ମୃତ୍ୟୁ, ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ

ହାଟଡ଼ିହୀ : କେନ୍ଦୁଝର ଜିଲ୍ଲା ହଦଗଡ଼ ଅଭୟାରଣ୍ୟ ଅନ୍ତର୍ଗତ ସୋସୋ ଠାରେ ଏକ ବିରାଟ ଦନ୍ତାହାତୀର ମୃତ୍ଯୁ ଘଟିଛି। ଜଣଙ୍କ ବାଡ଼ିରେ ପଛରେ ଦନ୍ତାର ମୃତଦେହ ପଡିଥିବା ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି। ମୃତ ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି କୁହାଯାଉଥିବା ବେଳେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀ ଶବ ଚାରିପଟେ ବ୍ୟାରିକେଡ କରାଯାଇଛି। ତେବେ ସାଇଣ୍ଟିଫିକ ଟିମ ସହ […]

ହାଟଡ଼ିହୀ : କେନ୍ଦୁଝର ଜିଲ୍ଲା ହଦଗଡ଼ ଅଭୟାରଣ୍ୟ ଅନ୍ତର୍ଗତ ସୋସୋ ଠାରେ ଏକ ବିରାଟ ଦନ୍ତାହାତୀର ମୃତ୍ଯୁ ଘଟିଛି। ଜଣଙ୍କ ବାଡ଼ିରେ ପଛରେ ଦନ୍ତାର ମୃତଦେହ ପଡିଥିବା ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି। ମୃତ ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି କୁହାଯାଉଥିବା ବେଳେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି।

ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀ ଶବ ଚାରିପଟେ ବ୍ୟାରିକେଡ କରାଯାଇଛି। ତେବେ ସାଇଣ୍ଟିଫିକ ଟିମ ସହ ଡାକ୍ତରୀ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ କହିଛି।

About The Author: The Sakala