ଭଉଣୀକୁ ଗୁଳି ମାରି ହତ୍ୟା କଲା ଭାଇ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଣ୍ଡପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମରେ ଆଜି ଏକ ଅଭାବିନୀୟ ଘଟଣା ଘଟି ଯାଇଛି। ଅସୁସ୍ଥତା କାରଣରୁ ଭଉଣୀକୁ ପଇସା ମାଗିଥିଲେ ଭାଇ। ପଇସା ନ ଦେବାରୁ  ଭାଇ ତାଙ୍କ ଭଉଣୀକୁ ଗୁଳି କରିଦେଇଛନ୍ତି। ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କରିଛନ୍ତି । ଗୁଳିବିଧ ଗୁରୁତର ଭଉଣୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ସୋମଗିରିର ଅଭିଯୁକ୍ତ ଭାଇ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଣ୍ଡପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମରେ ଆଜି ଏକ ଅଭାବିନୀୟ ଘଟଣା ଘଟି ଯାଇଛି। ଅସୁସ୍ଥତା କାରଣରୁ ଭଉଣୀକୁ ପଇସା ମାଗିଥିଲେ ଭାଇ। ପଇସା ନ ଦେବାରୁ  ଭାଇ ତାଙ୍କ ଭଉଣୀକୁ ଗୁଳି କରିଦେଇଛନ୍ତି। ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କରିଛନ୍ତି । ଗୁଳିବିଧ ଗୁରୁତର ଭଉଣୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି।

ସୋମଗିରିର ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀରେ ଗନ ମ୍ୟାନ ଭାବେ କାର୍ଯ୍ୟ କରନ୍ତି। କିଛିଦିନ ହେବ ପ୍ରସନ୍ନର ଦେହ ଖରାପ ଥିବାରୁ ସେ ତାଙ୍କ ଭଉଣୀ ମାଳତୀ ବାରିକକୁ କିଛି ଟଙ୍କା ମାଗିଥିଲା । ସେ ନଦେବାରୁ ଭାଇ ପ୍ରସନ୍ନ ରାଗିଯାଇ ଭଉଣୀକୁ ନିଜ ଲାସେନ୍ସ ବନ୍ଧୁକରୁ ଗୁଳି କରିଥିଲା। ଗୁଳିଟି ତାଙ୍କର କାନ୍ଧ ତଳେ ବାଜି ଶରୀରେ ଲାଗିଥିଲା। ଫଳରେ ଭଉଣୀ ମାଳତୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପଣ୍ଡା ପଡା ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।ଘଟଣାଟି ଅଞ୍ଚଳବାସୀଙ୍କ ଚକିତ କରିଦେଇଛି।

About The Author: The Sakala