ଭାରସାମ୍ୟ ହରାଇ ଗଛରେ ପଟିହେଲା ବାଇକ: ଜଣେ ମୃତ, ୨ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ବାଇକରେ ଥିବା ଦୁଇ ସାଥି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ ବାଉରୀପଦା ପଞ୍ଚାୟତ ବନମାଳୀପୁର ଗ୍ରାମର ଲମ୍ବୋଧର ମହାନ୍ତଙ୍କ ପୁଅ ଜ୍ୟୋତିଷ କୁମାର ମହାନ୍ତ(ନାଣ୍ଡୁ)। ଆହତ ମାନେ ବନମାଳିପୁର ଗ୍ରାମର ଶ୍ରୀକାନ୍ତ ମହାନ୍ତ ଓ ସଚିନ ମହାନ୍ତ। ସୂଚନା […]

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ବାଇକରେ ଥିବା ଦୁଇ ସାଥି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ ବାଉରୀପଦା ପଞ୍ଚାୟତ ବନମାଳୀପୁର ଗ୍ରାମର ଲମ୍ବୋଧର ମହାନ୍ତଙ୍କ ପୁଅ ଜ୍ୟୋତିଷ କୁମାର ମହାନ୍ତ(ନାଣ୍ଡୁ)। ଆହତ ମାନେ ବନମାଳିପୁର ଗ୍ରାମର ଶ୍ରୀକାନ୍ତ ମହାନ୍ତ ଓ ସଚିନ ମହାନ୍ତ।

ସୂଚନା ଅନୁଯାୟୀ, ମୃତକ ଏବଂ ଦୁଇ ଆହତ ବାଉରୀପଦା ଗ୍ରାମରୁ ଗୋଟିଏ ବାଇକରେ ମନୋହରପୁର ରାସ୍ତା ଦେଇ ନିଜ ଗ୍ରାମ ବନମାଳୀପୁରକୁ ଯାଉଥିଲେ। ବାଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛରେ ପିଟି ହୋଇଥିଲା। ଫଳରେ ତିନିଜଣ ତଳେ ପଡି ଯାଇଥିଲା। ବାଇକ୍ ଚଲାଉଥିବା ଜ୍ୟୋତିଷଙ୍କ ଛାତିରେ ଆଘାତ ଲାଗିଥିଲା। ଅନ୍ୟ ଦୁଇ ସାଥୀ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ। ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ନାଣ୍ଡୁଙ୍କୁ ମୃତ ଘୋଷଣା କରିଛନ୍ତି।

About The Author: The Sakala