ତେଲକୋଇ ରେଞ୍ଜ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲ ନିକଟରୁ ମାଈ ହାତୀଛୁଆ ଉଦ୍ଧାର, ପଡାଙ୍ଗ ବନ୍ଧନଝରି ବିଟରେ ଚାଲିଛି ଚିକିତ୍ସା

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ସେକ୍ସନ କୃଷ୍ଣପୁର ସଂରକ୍ଷତ ଜଙ୍ଗଲ ନିକଟରୁ ଏକ ଅସୁସ୍ଥ ମାଇ ହାତୀ ଛୁଆକୁ ବନବିଭାଗ ଉଦ୍ଧାର କରିଛି। ହାତୀଛୁଆଟିର ବୟସ ୨ବର୍ଷ ହେବ । ପଡାଙ୍ଗ ବିଟରେ ବନ୍ୟପ୍ରାଣୀ ବିଶେଷଜ୍ଞ, ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତା’ର ଚିକିତ୍ସା ଚାଲିଥିବା କେନ୍ଦୁଝର ଡିଏଫଓ ଧନରାଜ ଏଚଡି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ହାତୀ ଛୁଆଟି ଜଙ୍ଗଲ ନିକଟସ୍ଥ ଚାଷଜମି ପାଖରେ ଏକୁଟିଆ ବୁଲୁଥିବା ଗଜସାଥି ଦେଖିବାକୁ ପାଇଥିଲେ। କିଛି ସମୟ […]

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ସେକ୍ସନ କୃଷ୍ଣପୁର ସଂରକ୍ଷତ ଜଙ୍ଗଲ ନିକଟରୁ ଏକ ଅସୁସ୍ଥ ମାଇ ହାତୀ ଛୁଆକୁ ବନବିଭାଗ ଉଦ୍ଧାର କରିଛି। ହାତୀଛୁଆଟିର ବୟସ ୨ବର୍ଷ ହେବ । ପଡାଙ୍ଗ ବିଟରେ ବନ୍ୟପ୍ରାଣୀ ବିଶେଷଜ୍ଞ, ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତା’ର ଚିକିତ୍ସା ଚାଲିଥିବା କେନ୍ଦୁଝର ଡିଏଫଓ ଧନରାଜ ଏଚଡି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ହାତୀ ଛୁଆଟି ଜଙ୍ଗଲ ନିକଟସ୍ଥ ଚାଷଜମି ପାଖରେ ଏକୁଟିଆ ବୁଲୁଥିବା ଗଜସାଥି ଦେଖିବାକୁ ପାଇଥିଲେ। କିଛି ସମୟ ଅନୁଧ୍ୟାନ କରିବା ପରେ ହାତୀଛୁଆ ପାଖରେ ମା’ ହାତୀ ଏବଂ ଅନ୍ୟ ହାତୀ ଦଳ ନଥିବା ଜାଣି ପାଖକୁ ଯିବାରୁ ହାତୀ ଛୁଆଟି ଅସୁସ୍ଥ ଥିବା ଜଣାପଡିଥିଲା। ହାତୀପଲ ତାକୁ ସେଠାରେ ଛାଡି ଯାଇଥିବା ଜଣାପଡିଛି । ହାତୀଛୁଆକୁ ବନବିଭାଗ ଗଜସାଥି ରକ୍ଷକ ଗାଡ଼ିରେ ସେଠାରୁ ଉଦ୍ଧାର କରି ପଡାଙ୍ଗ ବନ୍ଧନଝରି ବିଟରେ ତା’ର ଚିକିତ୍ସା ହେଉଥିବା ଡି ଏଫ ଓ କହିଛନ୍ତି। ହାତୀଛୁଆକୁ ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାକୁ ହାତୀପଲ ସାଙ୍ଗରେ ନେଇନାହାନ୍ତି। ଅଧିକ ଚିକିତ୍ସା ପରେ ତାକୁ ପୁଣି ହାତୀପଲଙ୍କ ସହିତ ମିଶାଇବାକୁ ବନ ବିଭାଗ ଚେଷ୍ଟା କରିବ। ନଚେତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଏଫଓ କହିଛନ୍ତି।

About The Author: The Sakala