ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ; ୮୦ ହଜାର ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

ପାଟଣା: ପାଟଣା ଥାନା ଅନ୍ତର୍ଗତ ଡିଆନାଳି ଗ୍ରାମରେ ଆଜି ଦିନ ଦ୍ବିପହରରେ ଲୁଟପାଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଡିଆନାଳ ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଘରର ଆଲମିରା ଭାଙ୍ଗି ୮୦ ହଜାର ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ଆଜି ନେତ୍ରାନନ୍ଦଙ୍କ ଘରେ କେହି ନଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଘରର ଚାବି ଭାଙ୍ଗି ଘରେ ପଶି ଆଲମିରା ଭାଙ୍ଗି ଲୁଟ କରିଛନ୍ତି। […]

ପାଟଣା: ପାଟଣା ଥାନା ଅନ୍ତର୍ଗତ ଡିଆନାଳି ଗ୍ରାମରେ ଆଜି ଦିନ ଦ୍ବିପହରରେ ଲୁଟପାଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଡିଆନାଳ ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଘରର ଆଲମିରା ଭାଙ୍ଗି ୮୦ ହଜାର ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ଆଜି ନେତ୍ରାନନ୍ଦଙ୍କ ଘରେ କେହି ନଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଘରର ଚାବି ଭାଙ୍ଗି ଘରେ ପଶି ଆଲମିରା ଭାଙ୍ଗି ଲୁଟ କରିଛନ୍ତି। ଖବର ପାଇ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଅଞ୍ଚଳରେ ଛାନଭିନ୍ ଜାରି ରଖିଛି।

About The Author: The Sakala