ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା, କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ଭସାଣିରେ ତ୍ରୁଟି

କେନ୍ଦ୍ରାପଡ଼ା: ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା l ଭସାଣିରେ ୫ ଘଣ୍ଟା ବିଳମ୍ବ ଯୋଗୁ ମେଲଣ ପଡିଆରେ ମାଆଙ୍କ ନିକଟରେ ଭୋଗ ଲାଗି ହୋଇପାରିଲା ନାହିଁ l ନିଜେ ଏସ୍ପି ସିଦ୍ଧାର୍ଥ କଟାରିଆ ତ୍ରୁଟି ହୋଇଥିବା ନେଇ ସ୍ବୀକାର କରିଛନ୍ତି l ତ୍ରୁଟି ଯୋଗୁଁ ଏଥର ଗଜଲକ୍ଷ୍ମୀ ଭସାଣି ବିଳମ୍ବ ହେଉଥିବା ସେ କହିଛନ୍ତି।

ମାଆ ଧନଦାତ୍ରୀ ଗଜଲକ୍ଷ୍ମୀଙ୍କର ଭସାଣି ଉତ୍ସବର ଦ୍ବିତୀୟ ଦିନ। ସାତଦିନ ଧରି ମଣ୍ଡପରେ ଭକ୍ତମାନକୁ ଦର୍ଶନ ଦେବା ପରେ ଗତକାଲି ଧନଦାତ୍ରି ମାଆ ଗଜଲକ୍ଷ୍ମୀ ପୁରୁଣା ବସଷ୍ଟାଣ୍ଡ ମେଲଣ ପଡ଼ିଆରେ  ପହଞ୍ଚିବ ପାଇଁ ବ୍ୟାଣ୍ଡବାଜା, ପାରମ୍ପରିକ ବାଦ୍ୟ, ଘଣ୍ଟ ଘଣ୍ଟା, ରଙ୍ଗ ବେରଙ୍ଗର ଆଲୋକରେ ଦୁଲୁକୁଥିଲା ସରା ସହର। ଗଳି କନ୍ଦିରେ ଝୁମି ଥିଲେ ସାହି ପିଲା। ମଜା ନେଇଥିଲେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ।

ସହରରେ ୬୮ଟି ମଣ୍ଡପରେ ମାଆ ପୂଜା ପାଇଥିବାବେଳେ ସେଥି ମଧ୍ୟରୁ ୪୮ ଗୋଟି ମେଢ଼ ମେଲୋଣରେ ସାମିଲ ହୋଇଥାନ୍ତିl

ଗତକାଲି ମେଲଣ ରାତି ୧୦ଟା ଠାରୁ ବନ୍ଦ ହୋଇଥିଲା। ବିଡମ୍ବନାର ବିଷୟ ଯେ, ୨୬ ଗୋଟି ମେଢ଼ ମେଲଣ ପଡ଼ିଆରେ ପହଞ୍ଚି ଥିବା ବେଳେ ଆଉ ଅବଶିଷ୍ଟ ୨୨ ଗୋଟି ମେଢ଼ ରାସ୍ତାରେ ଅଟକି ରହିଥିଲା । ପ୍ରଶାସନ ଓ ପୂଜା କମିଟିର ତାଳ ମେଳ ରହୁ ନ ଥିବାରୁ ଏହା ଘଟିଛି ବୋଲି ଜଣା ପଡ଼ିଛି। ଆଜି ସକାଳୁ ସକାଳୁ ବାଟରେ ଅଟକିଥିବା ମେଢ ଗୁଡିକ ମେଲଣ ପଡିଆ କୁ ଆସୁଛନ୍ତିl ମେଲଣ ପଡିଆରେ ଭୋଗ ଖାଇବା ପରେ ବିସର୍ଜନ ପାଇଁ ଜଲ୍ଲା ପ୍ରଶାସନ ଦ୍ବାରା ନିର୍ମାଣ କରାଯାଇଥିବା ଅସ୍ଥାୟୀ ଘାଟ ଅଭିମୁଖେ ଯାଉଛନ୍ତି। ଏହି ମେଲଣ ଉତ୍ସବକୁ ଦେଖିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାର ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଛି।

About The Author: Deviprasad Mohanty