ଭୁବନେଶ୍ୱର: ଆଜିଠୁ ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ୍। ଦିନ ୧୧ଟାରେ ସଦର ବ୍ଲକ ଜମଧରରେ ପହଞ୍ଚିବେ ଫାଇଭ-ଟି ସଚିବ। ସେଠାରେ ଆରଏମସି ଅଧୀନରେ ନିର୍ମାଣାଧୀନ କୋଲ୍ଡ ଷ୍ଟୋରେଜର ଅନୁଧ୍ୟାନ କରିବେ। ପରେ ଜଝାଙ୍ଗରେ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କାଇଁଚ କାରିଗରୀ ବୁଲି ଦେଖିବା ସହ ମାଆମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
ବଡ଼ମୂଳବସନ୍ତରେ ମାଆମାନଙ୍କ ଦ୍ବାରା କରାଯାଇଥିବା ମତ୍ସ୍ୟ ଚାଷ ସମ୍ପର୍କରେ ଅନୁଧ୍ୟାନ କରି ପଟ୍ଟାମୁଣ୍ଡାଇ ଯିବେ ଫାଇଭ-ଟି ସଚିବ। ସେଠାରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ପ୍ଲମ୍ବିଂଗ ଟେକ୍ନୋଲୋଜି ପରିସରରେ ସମୀକ୍ଷା କରିବେ। ପଟ୍ଟାମୁଣ୍ଡାଇ ଇନଡୋର ଷ୍ଟାଡିୟମ ଓ ଇନଡୋର ହଲରେ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ ପରେ ଗୋଲରାହାଟରେ ଦଧିବାମନଜୀଉ ମନ୍ଦିର ପରିଦର୍ଶନ କରିବେ।