୮୯୮ଟି ବାତ୍ୟା ଆଶ୍ରୟସ୍ଥଳୀରେ ୭୮୩୯୦ ଜଣଙ୍କୁ ଥଇଥାନ କଲା କେନ୍ଦ୍ରାପଡ଼ା ପ୍ରଶାସନ

କେନ୍ଦ୍ରାପଡ଼ା : ଭୟଙ୍କର ରୂପ ନେଇ ଆସୁଛି ବାତ୍ୟା ‘ୟସ୍‌’ l ଏହାର ପ୍ରଭାବରେ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ ପବନ ହେବା ଆରମ୍ଭ ହୋଇଛି l ସେପଟେ ଧୀରେ ଧୀରେ ବର୍ଷା ଆଉ ପବନର ବେଗ ବଢ଼ିବାରେ ଲାଗିଛି l ୨୫ ତାରିଖ ରାତିରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୭୫-୧୮୫ କିଲୋମିଟର‌୍‌ ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି l […]

କେନ୍ଦ୍ରାପଡ଼ା : ଭୟଙ୍କର ରୂପ ନେଇ ଆସୁଛି ବାତ୍ୟା ‘ୟସ୍‌’ l ଏହାର ପ୍ରଭାବରେ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ ପବନ ହେବା ଆରମ୍ଭ ହୋଇଛି l ସେପଟେ ଧୀରେ ଧୀରେ ବର୍ଷା ଆଉ ପବନର ବେଗ ବଢ଼ିବାରେ ଲାଗିଛି l ୨୫ ତାରିଖ ରାତିରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୭୫-୧୮୫ କିଲୋମିଟର‌୍‌ ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି l ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ମହାକାଳପଡ଼ାର ସୁନୀତି, କ˚ସାର ବଡ଼ଦାଣ୍ତୁଅ ପ˚ଚାୟତ ସମେତ ରାଜନଗରର ପୁରୁଷୋତ୍ତମପୁର ଅଞ୍ଚଳରେ ଲୁଣା ପାଣି ପଶିଯାଇଛି। ଏପଟେ ଜିରୋ କାଜୁଆଲ୍‌ଟି ବା ଶୂନ୍ୟ ମୃତାହତ ନୀତିକୁ ଆଧାର କରି ପ୍ରଶାସନ ଗତକାଲିଠାରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲୁ ରଖିଛି। ବିଶେଷ କରି ରାଜନଗର ଓ ମହାକାଳପଡ଼ା ବ୍ଲକ୍‌ର ସମୁଦ୍ର ଉପକୂଳବର୍ତ୍ତୀ ଅ˚ଚଳରେ ଥିବା ଜନବସତିରୁ ଅଧିକା˚ଶ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଜିଲ୍ଲାର ୯ଟି ବ୍ଲକ୍‌ ଓ ଦୁଇ ପୌରାଞ୍ଚଳରୁ ୬୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନ ଯୋଜନା କରିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୭୮ହଜାର ୩୯୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ୍‌ରେ ଥଇଥାନ କରାଯାଇଥିବା ନେ଼ଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି l ଆସନ୍ତାକାଲି ଅପରାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଥିବାରୁ ଆଜି ସ˚ଧୢା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବାରୁ ସ˚ଖ୍ୟା ଯଥେଷ୍ଟ ଅଧିକ ବଢ଼ିବା ସମ୍ଭାବନା ରହିଛି। ଖାସ୍‌ ସେଥିପାଇଁ ଜିଲ୍ଲାରେ ୭୯୧ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଅନ୍ୟପଟେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଶକ୍ତି ସଚିବ ହେମନ୍ତ ଶର୍ମା ଆଜି ସକାଳେ ଜିଲ୍ଳାପାଳଙ୍କ ସହିତ ରାଜନଗର ଯାଇ ବିଭିନ୍ନ ଅ˚ଚଳ ପରିଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ଆଶ୍ରୟସ୍ଥଳୀକୁ ଯାଇ ବିପନ୍ନ ପାଇଁ ଖାଦ୍ୟପେୟ ବ୍ୟବସ୍ଥା ତଦାରଖ କରିଥିବା ଦେଖିବାକୁ ମିଳିଛି।

ସନ୍ଧ୍ୟା ସୁଦ୍ଧା ହସ୍ତଗତ ପ୍ରଶାସନିକ ରିପୋର୍ଟ ମୁତାବକ, ରାଜନଗର ଓ ମହାକାଳପଡ଼ା ବ୍ଲକ୍‌ରୁ ସର୍ବାଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ରାଜନଗର ବ୍ଲକ୍‌ର ୨୩ହଜାର ୫୦୭ଲୋକଙ୍କୁ ୧୬୨ଟି ଆଶ୍ରୟସ୍ଥଳୀ(୪୬ବାତ୍ୟା ଆଶ୍ରୟସ୍ଥଳୀ ଓ ୧୧୬ଅନ୍ୟ ଆଶ୍ରୟସ୍ଥଳୀ)କୁ ସ୍ଥାନାନ୍ତର କରାଯାଇଥିବା ବେଳେ ମହାକାଳପଡ଼ା ବ୍ଲକ୍‌ରୁ ୧୬ହଜାର ୫୧୨ ପ୍ରଭାବିତଙ୍କୁ ୧୮୯ଟି ଆଶ୍ରୟସ୍ଥଳସ୍ଥଳୀ( ୩୫ବାତ୍ୟା ଆଶ୍ରୟସ୍ଥଳ ଓ ୧୫୪ଟି ଅନ୍ୟ)ରେ ଥଇଥାନ କରାଯାଇଛି। ସେହିପରି ଆଳି ବ୍ଲକର ୪୮୧୧ ଲୋକଙ୍କୁ ୬୨ଟି ଆଶ୍ରୟସ୍ଥଲକୁ ସ୍ଥାନାନ୍ତର କରାଯାଇଛି l ସେହିପରି ଡେରାବିଶ ବ୍ଲକର ୬୩୮୦ ଲୋକଙ୍କୁ ୭୩ଟି ଆଶ୍ରୟସ୍ଥଳରେ ରଖାଯାଇଛି l ସେହିପରି ଗରଦପୁର ବ୍ଲକର ୨୩୮୪ ଜଣଙ୍କୁ ୬୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି l କେନ୍ଦ୍ରାପଡ଼ା ବ୍ଲକର ୫୦୬୫ ଜଣଙ୍କୁ ୯୮ଟି ଆଶ୍ରସ୍ଥଳକୁ ସ୍ଥାନାନ୍ତର କରାଯାଇଛି l ସେହିପରି ମାର୍ଶାଘାଇର ୨୩୩୩ ଜଣଙ୍କୁ ୪୩ଟି ଆଶ୍ରୟସ୍ଥଳକୁ ସୁରକ୍ଷିତ ଭାବେ ପଠାଯାଇଛି l ପଟ୍ଟାମୁଣ୍ଡାଇର ୯୨୩୫ ଜଣଙ୍କୁ ୧୦୦ଟି ଆଶ୍ରୟସ୍ଥଳକୁ ପଠାଯାଇଛି l ରାଜକନିକା ଅଞ୍ଚଳରୁ ୬୫୫୮ ଜଣଙ୍କୁ ୭୭ଟି ବାତ୍ୟା ଆଶ୍ରସ୍ଥଳୀରେ ରଖାଯାଇଛି l କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ୭୮୨ ଜଣଙ୍କୁ ୧୪ଟି ଆଶ୍ରୟ ସ୍ଥଳୀରେ ରଖାଯାଇଛି l ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳରୁ ୮୨୩ ଜଣଙ୍କୁ ୧୧ଟି ଆଶ୍ରୟସ୍ଥଳୀକୁ ପଠାଯାଇଛି l

ସେଠାରେ ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ସମେତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଅଗ୍ନିଶମ ବାହିନୀ ସମେତ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ମଧୢ ପ୍ରଭାବିତ ଆଶଙ୍କା ଥିବା ଅ˚ଚଳରେ ଗତକାଲିଠାରୁ ନିୟୋଜିତ ଥିବା ସୂଚନା ମିଳିଛି।
ଏପଟେ ଜିଲ୍ଳାପାଳ ଅମ୍ରିତ ଋତୁରାଜ ବିପଦପୂର୍ଣ୍ଣ ସ୍ଥାନଗୁଡିକ ବୁଲି ବୁଲି ସ୍ଥାନାନ୍ତର ପ୍ରକ୍ରିୟା ତଦାରଖ କରିବା ସହିତ ଆଶ୍ରୟସ୍ଥଳରେ ହୋଇଥିବା ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି l

About The Author: The Sakala