ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ କମେଡି କିଙ୍ଗ କପିଲ ଶର୍ମା

ଭୁବନେଶ୍ବର : ଜାତୀୟ ଟିଭି ସୋରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ କମେଡି କିଙ୍ଗ କପିଲ ଶର୍ମା। ନିକଟରେ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା ସୋ’ରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ପୁରୁଷ ଓ ମହିଳା ଦଳର ହକି ଖେଳାଳି ଅତିଥି ଭାବରେ ଯାଇଥିଲେ। ଅଲିମ୍ପିକ୍ସରେ ଉଭୟଙ୍କର ଦମଦାର ପ୍ରଦର୍ଶନ ପରେ ସେମାନଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ଆଉ ଏହି ଶୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ମଧ୍ୟ ଭିଡିଓ କନଫରେନ୍ସିଂ […]

ଭୁବନେଶ୍ବର : ଜାତୀୟ ଟିଭି ସୋରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ କମେଡି କିଙ୍ଗ କପିଲ ଶର୍ମା। ନିକଟରେ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା ସୋ’ରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ପୁରୁଷ ଓ ମହିଳା ଦଳର ହକି ଖେଳାଳି ଅତିଥି ଭାବରେ ଯାଇଥିଲେ। ଅଲିମ୍ପିକ୍ସରେ ଉଭୟଙ୍କର ଦମଦାର ପ୍ରଦର୍ଶନ ପରେ ସେମାନଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ଆଉ ଏହି ଶୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆ ଦେଖିବାକୁ ମିଳିଛି ।

ଭାରତୀୟ ହକିର ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ପଛରେ ଥିବା ସାଇଲେଣ୍ଟ ହିରୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋ’ ଜରିଆରେ ଦେଇଛନ୍ତି ନିଜ ଭିଡିଓ ବାର୍ତ୍ତା । ଭାରତର ଜାତୀୟ ଖେଳକୁ ପ୍ରୋତ୍ସାହନ ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କମେଡି କିଙ୍ଗ କପିଲ ଶର୍ମା ପ୍ରସଂଶା କରିଛନ୍ତି।

ଜାତୀୟ ଟିଭି ସୋରେ ‘ଦ କପିଲ୍ ଶର୍ମା ସୋ’  ଟୋକିଓ ହିରୋଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ  ପ୍ରଶଂସା କରିଛନ୍ତି ।ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ପୁରୁଷ ଓ ମହିଳା ଦଳର ହକି ଖେଳାଳି ସେମାନଙ୍କର ଜବରଦସ୍ତ ପ୍ରଦର୍ଶନ ଜରିଆରେ ଦେଶର ନାଆଁ ଉଜ୍ଜଳ କରିଛନ୍ତି। ଏହା ଆଗାମୀ ଦିନରଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବ। ସେମାନେ ଏମାନଙ୍କ ଦ୍ବାରା ଅନୁପ୍ରରିତ ହେବେ ବୋଲି ମୁଁ ଆଶା କରୁଛି। ଏହା ତ ଶୁଭାରମ୍ଭ ମାତ୍ର, ଆମକୁ ଆହୁରି ଉଚ୍ଚତ୍ତର ସୋପାନକୁ ଯିବାକୁ ହେବ।

 

About The Author: The Sakala