ପୂଜକଙ୍କୁ ହେଲା ସ୍ବପ୍ନାଦେଶ ! ମନ୍ଦିର ପ୍ରାଙ୍ଗଣ ମାଟିତଳୁ ବାହାରିଲା ଶିବଲିଙ୍ଗ

ଫୁଲବାଣୀ: ମନ୍ଦିର ପୂଜକଙ୍କୁ ହେଲା ସ୍ବପ୍ନାଦେଶ । ମନ୍ଦିର ପ୍ରାଙ୍ଗଣ ମାଟିତଳୁ ବାହାରିଲା ଶିବଲିଙ୍ଗ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ କ୍ରାଣ୍ଡିବାଲି ଗାଁରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଳୁ ଏକ ଶିବଲିଙ୍ଗ ମିଳିଛି । ମାଟିତଳେ ଶିବଲିଙ୍ଗ ଥିବା ତ୍ରିନାଥ ମନ୍ଦିର ପୂଜକ ଦଶମୁଲ ମିଶ୍ରଙ୍କୁ ସ୍ବପ୍ନାଦେଶ ହୋଇଥିଲା ବୋଲି ପୂଜକ କହିଛନ୍ତି । ଲୋକମାନେ ମାଟି ଖୋଳିବା ପରେ ଏକ ବିରାଟ ଶିବଲିଙ୍ଗ ମିଳିଛି I ଶିବଲିଙ୍ଗକୁ ହୋମଯଜ୍ଞ […]

ଫୁଲବାଣୀ: ମନ୍ଦିର ପୂଜକଙ୍କୁ ହେଲା ସ୍ବପ୍ନାଦେଶ । ମନ୍ଦିର ପ୍ରାଙ୍ଗଣ ମାଟିତଳୁ ବାହାରିଲା ଶିବଲିଙ୍ଗ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ କ୍ରାଣ୍ଡିବାଲି ଗାଁରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଳୁ ଏକ ଶିବଲିଙ୍ଗ ମିଳିଛି । ମାଟିତଳେ ଶିବଲିଙ୍ଗ ଥିବା ତ୍ରିନାଥ ମନ୍ଦିର ପୂଜକ ଦଶମୁଲ ମିଶ୍ରଙ୍କୁ ସ୍ବପ୍ନାଦେଶ ହୋଇଥିଲା ବୋଲି ପୂଜକ କହିଛନ୍ତି । ଲୋକମାନେ ମାଟି ଖୋଳିବା ପରେ ଏକ ବିରାଟ ଶିବଲିଙ୍ଗ ମିଳିଛି I ଶିବଲିଙ୍ଗକୁ ହୋମଯଜ୍ଞ କରି ପ୍ରତିଷ୍ଠା କରାଯାଇଛି ।

ମାଟିତଳୁ ଶିବଲିଙ୍ଗ ବାହାରିଲା ପରେ ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟୁଛି । ଏଠାରେ ଏକ ଶିବ ମନ୍ଦିର ନିର୍ମାଣ କରାଯିବ ବୋଲି ବିଧାୟକ ଅଙ୍ଗଦ କହଁର ପ୍ରତିଶ୍ରୁତି ଦେଇଛନ୍ତି ।

About The Author: The Sakala