ଡିଜିଟାଲ ଇଣ୍ଡିଆ ଧୂଆଁବାଣ: ଆସୁନି ନେଟୱାର୍କ, ଜଙ୍ଗଲରେ ଚାଲିଛି ଅଫିସ କାମ

ଫିରିଙ୍ଗିଆ: ଆଜିର ଡିଜିଟାଲ ଯୁଗରେ ସବୁକିଛି ମୋବାଇଲ ଅର୍ଥାତ ସ୍ମାର୍ଟ ଫୋନ୍ ମାଧ୍ୟମରେ କାର୍ଯ୍ଯ ଗୁଡ଼ିକ ହାତ ପାଆନ୍ତରେ ଚାଲିଛି। ପାଠ ପଢାଠାରୁ ଆରମ୍ଭ କରି ବ୍ୟାଙ୍କ୍ ସେବା ଏବଂ ସମସ୍ତ ଅଫିସ କାର୍ଯ୍ଯ ପାଇଁ ଏବେ ସ୍ମାର୍ଟଫୋନ୍ ଉପରେ  ନିର୍ଭର କରିବାକୁ ପଡ଼ୁଛି। ତେବେ ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେହି ଅଞ୍ଚଳରେ ମୋବାଇଲ ନେଟୱାର୍କ ନ ଥିବାରୁ ନାଁ ପିଲାମାନେ ଅନଲାଇନ ପାଠ ପଢ଼ି ପରୁଛନ୍ତା ନାଁ କୌଣସି ଅଫିସ କାର୍ଯ୍ଯ […]

ଫିରିଙ୍ଗିଆ: ଆଜିର ଡିଜିଟାଲ ଯୁଗରେ ସବୁକିଛି ମୋବାଇଲ ଅର୍ଥାତ ସ୍ମାର୍ଟ ଫୋନ୍ ମାଧ୍ୟମରେ କାର୍ଯ୍ଯ ଗୁଡ଼ିକ ହାତ ପାଆନ୍ତରେ ଚାଲିଛି। ପାଠ ପଢାଠାରୁ ଆରମ୍ଭ କରି ବ୍ୟାଙ୍କ୍ ସେବା ଏବଂ ସମସ୍ତ ଅଫିସ କାର୍ଯ୍ଯ ପାଇଁ ଏବେ ସ୍ମାର୍ଟଫୋନ୍ ଉପରେ  ନିର୍ଭର କରିବାକୁ ପଡ଼ୁଛି। ତେବେ ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେହି ଅଞ୍ଚଳରେ ମୋବାଇଲ ନେଟୱାର୍କ ନ ଥିବାରୁ ନାଁ ପିଲାମାନେ ଅନଲାଇନ ପାଠ ପଢ଼ି ପରୁଛନ୍ତା ନାଁ କୌଣସି ଅଫିସ କାର୍ଯ୍ଯ ହୋଇପାରୁଛି। ଯାହା ଫଳରେ ଅନଲାଇନ କାର୍ଯ୍ଯରେ ବାଧା ପ୍ରାପ୍ତ ହେଉଛି। ଏହି ସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା କିମ୍ବା ପାଠପଢା ଏବଂ ଅନ୍ୟାନ୍ୟ ଅନଲାଇନ୍ କାର୍ଯ୍ଯ ପାଇଁ ଜଙ୍ଗଲ ପାହାଡ ମଧ୍ୟରେ ନେଟୱାର୍କ ଆସୁଥିବା ସ୍ଥାନକୁ ବାଛିବାକୁ ପଡୁଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡାର ଉପାନ୍ତ ଲୁଇ ସିଂ ଅଞ୍ଚଳରେ।

ଏହି ଅଞ୍ଚଳରେ ପ୍ରାୟ ୧୦ ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଗର୍ଭବତୀ, ପ୍ରାକ୍ ବିଦ୍ୟାଳୟ, ଶିଶୁ ମାନଙ୍କ ପାଇଁ ମମତା ଆପ, ପୋଷଣ ଆପ ଭଳି ଅନ୍ୟାନ୍ୟ ଆପ ରହିଛି ଯାହାକି ପ୍ରତିଦିନ ତାଙ୍କୁ ଅଫିସ ଡାଟା ଅନ ଲାଇନରେ ଦେବାକୁ ନିର୍ଦ୍ଦେଶ ରହିଛି। ତେଣୁ ବାଧ୍ୟ ହୋଇ ଅଙ୍ଗନୱାଡି କର୍ମୀ ମାନେ ୧୦ କିମି ଦୂରରେ ଥିବା ସୁଟାଣି ଘାଟି ନିକଟକୁ ଯାଇ ଅନଲାଇନରେ କାର୍ଯ୍ଯ କରୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ମୋବାଇଲ ସେବା ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହାରି ଦୃଷ୍ଟି ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି। ବର୍ତ୍ତମାନ ସମୟରେ ଜାତିଗତ ପ୍ରମାଣପତ୍ର, ଅନ୍ୟାନ୍ୟ କାଗଜ ପତ୍ର ସବୁ ଅନଲାଇନରେ ପ୍ରଦାନ କରାଯାଉଥିବାରୁ ଏହି ଅଞ୍ଚଳର ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ସ୍ବାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ପାଇଁ ମଧ୍ୟ ନେଟୱାର୍କ ଆସୁଥିବା ସ୍ଥାନକୁ ଯାଇ ଫୋନ୍ କରିବାକୁ ପଡ଼ୁଛି।

About The Author: The Sakala