ଲୁଟେରାଙ୍କ ଆତଙ୍କରାଜ: ବୃଦ୍ଧଙ୍କ ଠାରୁ ଲୁଟି ନେଲେ ୧ ଲକ୍ଷ ୪୭ ହଜାର ଟଙ୍କା

ଫୁଲବାଣୀ: ଦିନ ଦ୍ବିପ୍ରହରରେ ଦେଢ଼ ଲକ୍ଷ ଟଙ୍କା ଲୁଟ୍ । ଫୁଲବାଣୀ ଟାଉନ ଥାନା ନିକଟରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ପୁଲିସ ସୂଚନା ଅନୁଯାୟୀ, ଆଜି ସ୍ଥାନୀୟ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରକୁ ଆସି ବାଇକ୍ ଡିକିରେ ଟଙ୍କା ରଖି କଥା ହେଉଥିଲେ। ସେଠାରେ ପୂର୍ବରୁ ଦୁଇଟି ବାଇକରେ ୪ଜଣ ଲୁଟେରା ଛପି ରହିଥିଲେ।ଆଖି ପିଛୁଳାକେ ଡିକି ଖୋଲି […]

ଫୁଲବାଣୀ: ଦିନ ଦ୍ବିପ୍ରହରରେ ଦେଢ଼ ଲକ୍ଷ ଟଙ୍କା ଲୁଟ୍ । ଫୁଲବାଣୀ ଟାଉନ ଥାନା ନିକଟରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ପୁଲିସ ସୂଚନା ଅନୁଯାୟୀ, ଆଜି ସ୍ଥାନୀୟ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରକୁ ଆସି ବାଇକ୍ ଡିକିରେ ଟଙ୍କା ରଖି କଥା ହେଉଥିଲେ। ସେଠାରେ ପୂର୍ବରୁ ଦୁଇଟି ବାଇକରେ ୪ଜଣ ଲୁଟେରା ଛପି ରହିଥିଲେ।ଆଖି ପିଛୁଳାକେ ଡିକି ଖୋଲି ବ୍ୟାଗ ସହ ଟଙ୍କା ନେଇ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ। ଏ ନେଇ ଟାଉନ ଥାନାରେ ସମ୍ପୃକ୍ତ ବ୍ୟକ୍ତି ଏତଲା ଦେଇଛନ୍ତି। ଲୁଟେରାଙ୍କ ଆତଙ୍କରେ  ସହରବାସୀ ଆତଙ୍କିତ ହୋଇଥିବା ବେଳେ ପୁଲିସ ତଦନ୍ତ କରୁଛି ବୋଲି ଥାନା ଅଧିକାରୀ କହିଛନ୍ତି।

About The Author: The Sakala