ଫୁଲବାଣୀ : ଥାନା ଜାଳିଦେଲେ ଗଞ୍ଜେଇ ମାଫିଆ। କନ୍ଧମାଳର ଫିରିଙ୍ଗିଆ ଥାନାକୁ ଗଞ୍ଜେଇ ମାଫିଆ ଜାଳିଦେଇଥିବା ଜଣାପଡିଛି। ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ ଲଗାଇ ଦେଇଛନ୍ତି । ଏସଡିପିଓଙ୍କୁ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ ଆକ୍ରମଣ କରିଛନ୍ତି ଗଞ୍ଜେଇ ମାଫିଆ । ଏସଡିପିଓଙ୍କୁ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପଥରମାଡ଼ ଓ ଥାନାରେ ଭଙ୍ଗାରୁଜା କରିବା ସହ ବନ୍ଧୁକ ଲୁଟିନେଇଥିବା ସୂଚନା ମିଳିଛି । ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରିରହିଛି । ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି ଫୁଲବାଣୀ ଏସପି । ଯେଉଁମାନେ ଏଭଳି କାମ କରିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି।