ନାବାଳିକା ଅପହରଣ ମାମଲାରେ ୪ ଗିରଫ

ଫୁଲବାଣୀ: ଜନୈକା ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଗୋଚ୍ଛାପଡା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଗୁଡା ଥାନା ସିକେଲ ଗ୍ରାମର ଦାମ ମଲିକ, ପ୍ରଫୁଲ୍ଲ ମଲିକ ରବି ମଲିକ ଓ ସହଦେବ ମଲିକ । ସୂଚନା ଅନୁସାରେ, ଗୋଚ୍ଛାପଡା ଥାନା ଅଞ୍ଚଳର ନାବାଳିକା ଜଣକ ବୁଧବାର ଅପରାହ୍ନରେ ନିଜ ମାଙ୍କ ସହିତ କୌଣସି କାମରେ ଯାଉଥିବା ବେଳେ ପାହିରାଜୁ ଛକ ନିକଟରେ ୪ ଜଣ ଯୁବକ ଆସି ତାଙ୍କୁ […]

ଫୁଲବାଣୀ: ଜନୈକା ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଗୋଚ୍ଛାପଡା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଗୁଡା ଥାନା ସିକେଲ ଗ୍ରାମର ଦାମ ମଲିକ, ପ୍ରଫୁଲ୍ଲ ମଲିକ ରବି ମଲିକ ଓ ସହଦେବ ମଲିକ ।

ସୂଚନା ଅନୁସାରେ, ଗୋଚ୍ଛାପଡା ଥାନା ଅଞ୍ଚଳର ନାବାଳିକା ଜଣକ ବୁଧବାର ଅପରାହ୍ନରେ ନିଜ ମାଙ୍କ ସହିତ କୌଣସି କାମରେ ଯାଉଥିବା ବେଳେ ପାହିରାଜୁ ଛକ ନିକଟରେ ୪ ଜଣ ଯୁବକ ଆସି ତାଙ୍କୁ ଜୋର ଜବରଦସ୍ତ ମୋଟର ସାଇକେଲରେ ବସାଇ ନେଇ ଯାଇଥିଲେ। ତେବେ ବାଲନ୍ଦାପଡା ଠାରେ ନାବାଳିକାଙ୍କ ପାଟି ଶୁଣି ଗାଁ ଲୋକେ ତାଙ୍କୁ ଗୋଡାଇ ଧରିଥିଲେ। ପରେ ଘରଲୋକେ ଆସି ଝିଅକୁ ନେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ୧୫୯/୨୩ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି। ନାବାଳିକା ଜଣକ ବିବାହ କରିବାକୁ ରାଜି ନ ହେବାରୁ ତାଙ୍କୁ ହତ୍ଯା କରିବା ଉଦ୍ଦେଶ୍ୟରେ ଅପହରଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।

About The Author: The Sakala