କଳାହାଣ୍ଡି: କଳାହାଣ୍ଡି ଜିଲା ବାଞ୍ଜିପଦର ଗାଁରେ ଚାଞ୍ଚଲ୍ୟ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ଜଣେ ନାବାଳକ ଏବଂ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ପଞ୍ଚାୟତର ବାଞ୍ଜିପଦର ଗାଁରେ ଘଟିଛି ଏହି ଘଟଣା। ମୃତକ ଦ୍ୱୟ ହେଲେ ସୁନୀଲ ପଟେଲ (୧୭) ଓ ଜେମାମଣି ପଟେଲ (୧୫)। ଉଭୟ ବାଞ୍ଜିପଦର ଗାଁର। ପ୍ରାୟ ସପ୍ତାହ ହେଲା ଗାଁରୁ ନିଖୋଜ ଥିଲେ ଦୁହେଁ ।
ଆଜି କିଛି ଛେଳି ଚରାଳି ସାବୁନିଭାଡ଼ି ଓ ବାଞ୍ଜିପଦର ଗାଁ ମଝିରେ ଥିବା ନାଳ ନିକଟରେ ଏହି ଦୁଇ ଜଣଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ସେମାନେ ଗାଁ ଲୋକଙ୍କୁ ଜଣାଇବା ପରେ ଧର୍ମଗଡ ପୋଲିସ ଘଟଣାସ୍ଥଳକୁ ଆସି ଅଧାପୋଡା ମୃତ ଦେହକୁ ଉଦ୍ଧାର କରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ପ୍ରେମଜନିତ ଆତ୍ମହତ୍ୟା ନା ହତ୍ୟା ସେନେଇ ତଦନ୍ତ ଚଳାଇଛି ପୋଲିସ।