୧.୫ କୋଟି ଗ୍ରାହକଙ୍କ ସହିତ ଓଡ଼ିଶା ବଜାରରେ ଶୀର୍ଷରେ ଜିଓ

ମୁମ୍ବାଇ : ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଶୀର୍ଷତ୍ବ ବଜାୟ ରଖୀବା ସହିତ ଗତ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବା ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଏଥିସହିତ ରାଜ୍ୟରେ ରିଲାଏନ୍ସ ଜିଓର ମୋଟ ଗ୍ରାହକ ସଂଖ୍ୟା ପାଖାପାଖି ୧.୫ କୋଟିରେ ପହଞ୍ଚିଛି। ଯାହାକି ରାଜ୍ୟରେ କାରବାର କରୁଥିବା ଅନ୍ୟ ଯେକୌଣସି ଅପରେଟରଙ୍କ ତୁଳନାରେ ସର୍ବାଧିକ। […]

ମୁମ୍ବାଇ : ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଶୀର୍ଷତ୍ବ ବଜାୟ ରଖୀବା ସହିତ ଗତ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବା ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଏଥିସହିତ ରାଜ୍ୟରେ ରିଲାଏନ୍ସ ଜିଓର ମୋଟ ଗ୍ରାହକ ସଂଖ୍ୟା ପାଖାପାଖି ୧.୫ କୋଟିରେ ପହଞ୍ଚିଛି। ଯାହାକି ରାଜ୍ୟରେ କାରବାର କରୁଥିବା ଅନ୍ୟ ଯେକୌଣସି ଅପରେଟରଙ୍କ ତୁଳନାରେ ସର୍ବାଧିକ। ସେହିପରି ଓଡ଼ିଶାରେ ଜିଓ’ର ମୋଟ ଗ୍ରାହକ ବଜାର ଅଂଶ ୪୩%ରୁ ଅଧିକ ରହିଛି । ସେହିପରି ରାଜ୍ୟରେ ଦୂରସଂଚାର କ୍ଷେତ୍ରରେ ଆୟ ହେଉଥିବା ମୋଟ ରାଜସ୍ୱର ୫୦%ରୁ ଅଧିକ ଅଂଶ ଜିଓ’ର ରହିଛି । ସମଗ୍ର ରାଜ୍ୟରେ କମ୍ପାନୀ ସମ୍ପୂର୍ଣ୍ଣ ୪ଜି ମୋବାଇଲ ନେଟୱର୍କକୁ ସମ୍ପ୍ରସାରିତ କରିଚାଳଇଥିବା ବେଳେ ଦୁର୍ଗମ ଅଞ୍ଚଳଗୁଡିକୁ ଟେଲିଯୋଗାଯୋଗ ସଂଯୋଗ କାର୍ଯ୍ୟ ଜାରି ରଖୀଛି।

ଏହାଦ୍ବାରା ସାଧାରଣ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ସେବା କ୍ଷେତ୍ରରେ ଅନେକ ସବୁିଧା ଉପଲବ୍ଧ କରାଯାଇପାରିଛି ବୋଲି କମ୍ପାନୀ କହିଛି। ବର୍ତ୍ତମାନ କମ୍ପାନୀର ସେବାକୁ ନେଇ କନ୍ଧମାଳ, ଗଜପତି, ଝାରସୁଗୁଡା, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାର ଅନେକ ଉପଦ୍ରୁତ ଅଞ୍ଚଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍‌ଲାଇନ କ୍ଲାସରେ ଯୋଗ ଦେଇପାରୁଛନ୍ତି। ନିକଟରେ କମ୍ପାନୀ ସର୍ବଭାରତୀୟ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମଗ୍ର ଓଡ଼ିଶାରେ ଉପଯୋଗ କରିବା କାର୍ଯ୍ୟ ଶେଷ କରିଛି । ଏହାଦ୍ବାରା ରାଜ୍ୟରେ ନେଟୱର୍କ, ଗତି ଏବଂ ଗ୍ରାହକ ଅନୁଭୂତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା କୁହାଯାଇଛି।

୨୦୨୧ ଜୁନ୍ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଏହି ମାସରେ ଓଡ଼ିଶାରେ ସର୍ବାଧିକ ୨,୫୨,୮୭୮ ଗ୍ରାହକ ଯୋଗ କରିଥିବାବେଳେ ଏହା ପଛକୁ ଏୟାରଟେଲ୍ ୧,୧୩,୩୪୨ ଗ୍ରାହକ ଯୋଗ କରିଛି । ସେହି ସମୟରେ ବିଏସଏନଏଲ ୧୨,୦୯୦ ଏବଂ ଭୋଡାଫୋନ ଆଇଡିଆ ୬୪,୨୯୩ ଗ୍ରାହକ ହରାଇଛି। ଜିଓ ଏହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରର ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରିଛି ଏବଂ ରାଜ୍ୟର ୨୭ଟି ପ୍ରମୁଖ ସହର ଓ ନଗରରେ ଉପଲବ୍ଧ କରିଛି।

About The Author: The Sakala