ଝାରସୁଗୁଡ଼ା କିଷାନ ସମାଜ ସମ୍ମିଳନୀ: ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହୋଇ ଦୀପାଳି ଦାସଙ୍କୁ କଲେ ସମର୍ଥନ ଘୋଷଣା

ଝାରସୁଗୁଡ଼ା: ବେହେରାମାଲ ସ୍ଥିତ ଏକ ହଟେଲରେ କିସାନ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ମଙ୍ଗଳା କିସାନ,ସାରଦା ନାୟକ, କୁନା ତ୍ରିପାଠୀ, ରାଜେନ୍ଦ୍ର କୁଜୁର, ସନ୍ତୋଷ ମାଝୀ, ରାମତୁଲା ବୁଦୁଲା, ସନ୍ତୋଷ କୁମାର ମାଝୀ ସମେତ ଶତାଧିକ କିସାନସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଝାରସୁଗୁଡ଼ା ଓ ଭାତଲଇଡ଼ା ମହାଗୁଡ଼ିରେ କଲ୍ୟାଣ ମଣ୍ଡପ ନିର୍ମାଣ ଓ ଏହି ଦୁଇ ମହାଗୁଡ଼ି […]

ଝାରସୁଗୁଡ଼ା: ବେହେରାମାଲ ସ୍ଥିତ ଏକ ହଟେଲରେ କିସାନ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ମଙ୍ଗଳା କିସାନ,ସାରଦା ନାୟକ, କୁନା ତ୍ରିପାଠୀ, ରାଜେନ୍ଦ୍ର କୁଜୁର, ସନ୍ତୋଷ ମାଝୀ, ରାମତୁଲା ବୁଦୁଲା, ସନ୍ତୋଷ କୁମାର ମାଝୀ ସମେତ ଶତାଧିକ କିସାନସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଝାରସୁଗୁଡ଼ା ଓ ଭାତଲଇଡ଼ା ମହାଗୁଡ଼ିରେ କଲ୍ୟାଣ ମଣ୍ଡପ ନିର୍ମାଣ ଓ ଏହି ଦୁଇ ମହାଗୁଡ଼ି ଅଧିନରେଥିବା ଗୁଡି ମାନଙ୍କରେ କମ୍ପୁନିଟି ସେଣ୍ଟର ନିର୍ମାଣ, ଝାରସୁଗୁଡ଼ା ଠାରେ କିସାନ ସମାଜ କିସାନ ଭବନ ପାଇଁ ଦଖଲ କରିଥିବା ୪୦ ଡିସମିଲ ଜମିକୁ କିସାନ ସମାଜକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ନେତୃବୃନ୍ଦଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।

ସେହିପରି ବଢେଇମୁଣ୍ଡା ଠାରେ ଥିବା ଶ୍ନଶାନକୁ ଭଲରାସ୍ତା ନଥିବାରୁ ଏହି ରାସ୍ତାକୁ ନିର୍ମାଣ କରିବା, ପୁରୁଣାବସ୍ତି ଜୟଦେବ ବିହାର ରାସ୍ତା ନିର୍ମାଣ, ଝାଡ଼େଶ୍ଵର ମନ୍ଦିର ମୁକ୍ତି ଧାମ ରାସ୍ତାରେ ନବ ଦାସ ଓ କିଶୋର ମହାନ୍ତିଙ୍କ ପ୍ରତିମୂର୍ତି ସ୍ଥାପନ କରିବାକୁ କିସାନ ସମାଜ ଯୁବ ନେତା ଲିଙ୍ଗରାଜ କିସାନ ଦାବି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ବିକାଶପୁରୁଷ, କିସାନ ସମାଜର ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବା ମାତ୍ରେ ଏହି ଦାବି ନିଶ୍ଚିତ ପୁରଣ ହେବ।

ଦେଶର ବିକାଶ ଦିଗରେ କିସାନ ସମାଜର ଭୂମିକା ରହିଛି। ସେହିପରି ଓଡ଼ିଶାକୁ ସମଗ୍ର ବିଶ୍ୱରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ। ଏଣୁ ଆସନ୍ତା ଉପନିର୍ବାଚନରେ ଦୀପାଳି ଦାସଙ୍କୁ ଭୋଟ ଦେବାକୁ ବିଜେଡିର ନେତାମାନେ ଅନୁରୋଧ କରିଛନ୍ତି। କିସାନ ସମାଜ ସମ୍ମଳନୀକୁ ବିନୋଦ ଅଶୋକ ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଲିଙ୍ଗରାଜ ପ୍ରଧାନ, ବିନୋଦବିହାରୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

About The Author: The Sakala