ଫଳ ଦୋକାନୀ ଝିଅ ମାଟ୍ରିକ୍‌ ପରୀକ୍ଷାରେ ଟପ୍‌ ର‍୍ୟାଙ୍କରେ, ସଂଘର୍ଷ ପ୍ରେରଣାଦାୟି

ଝାରସୁଗୁଡ଼ା : ବେଲପାହାଡ଼ ଅଞ୍ଚଳର ଓମ୍ ପ୍ରକାଶ ସା ଏବଂ ପୁନମ ସାଙ୍କ ଝିଅ ରୂପା ସା (୧୬) ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ନମ୍ବର ହାସଲ କରିଛନ୍ତି। କିନ୍ତୁ ରୂପାଙ୍କ ସଂଘର୍ଷ ଏବଂ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ ହୋଇପାରିଛି। ବେଲପାହାଡ଼ ଗିରଧର ଲାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୂପାଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ରୂପା ଏହି ପରୀକ୍ଷା ପାଇଁ ସେ ଦୈନିକ ୮ […]

ଝାରସୁଗୁଡ଼ା : ବେଲପାହାଡ଼ ଅଞ୍ଚଳର ଓମ୍ ପ୍ରକାଶ ସା ଏବଂ ପୁନମ ସାଙ୍କ ଝିଅ ରୂପା ସା (୧୬) ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ନମ୍ବର ହାସଲ କରିଛନ୍ତି। କିନ୍ତୁ ରୂପାଙ୍କ ସଂଘର୍ଷ ଏବଂ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ ହୋଇପାରିଛି। ବେଲପାହାଡ଼ ଗିରଧର ଲାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୂପାଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ରୂପା ଏହି ପରୀକ୍ଷା ପାଇଁ ସେ ଦୈନିକ ୮ ରୁ ୧୦ ଘଣ୍ଟା ସମୟ ଧରି କଠିନ ପରିଶ୍ରମ କରୁଥିଲେ। ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ସମସ୍ତ ସହଯୋଗ କରୁଥିଲେ। ବିଦ୍ୟାଳୟ ରୂପାନ୍ତରଣ ପରେ ବିଦ୍ୟାଳୟରେ ଥିବା ଇ ପାଠାଗାରରୁ ସେ ଅନେକ ତଥ୍ୟ ଗ୍ରହଣ କରିବା ସହିତ ବିଷୟକୁ ନେଇ ଥିବା ଦ୍ଵନ୍ଦ ମଧ୍ୟ ଦୂର କରିପାରିଥିଲେ। ବିଜ୍ଞାନ ପ୍ରୟୋଗ ଶାଳା, ସ୍ମାର୍ଟ ଶ୍ରେଣୀ ଗୃହ ମଧ୍ୟ ତାଙ୍କୁ ଅନେକ ସହଯୋଗ କରିଛି। ରୂପା ଆଗକୁ ଯୁକ୍ତ ୨ କଳା ବିଭାଗରେ ଅଧ୍ୟୟନ କରିବା ସହିତ ଭବିଷ୍ୟତରେ ଜଣେ ଆଇଏଏସ ଅଧିକାରୀ ହୋଇ ଦେଶ ଓ ଲୋକମାନଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟୁଛି।

About The Author: The Sakala