ଉଗ୍ରରୂପ ନେଲା ଭାଇ-ଭାଇ ବଚସା : ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ

ଝାରସୁଗୁଡା : ଭାଇ ସାଜିଲା ଭାତୃହନ୍ତା। ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ । ଏଭଳି ଘଟଣା ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଡାଲୋଇ ଗଙ୍ଗାପଡାରେ ଘଟିଛି । ମୃତକ ଜଣକ ବଡ଼ ଭାଇ ସୁନୀଲ ସୋରେନ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ସାନଭାଇ ସୁଶୀଲ ସୋରେନ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ସାନ ଭାଇକୁ ପୁଲିସ ଅଟକ ରଖିଛି ଏବଂ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ […]

ଝାରସୁଗୁଡା : ଭାଇ ସାଜିଲା ଭାତୃହନ୍ତା। ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ । ଏଭଳି ଘଟଣା ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଡାଲୋଇ ଗଙ୍ଗାପଡାରେ ଘଟିଛି । ମୃତକ ଜଣକ ବଡ଼ ଭାଇ ସୁନୀଲ ସୋରେନ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ସାନଭାଇ ସୁଶୀଲ ସୋରେନ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ସାନ ଭାଇକୁ ପୁଲିସ ଅଟକ ରଖିଛି ଏବଂ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ ଚଳାଇଛି ।

ସୂଚନାଅନୁଯାୟୀ ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସୁନୀଲ ଓ ସୁଶୀଲଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ସୁଶୀଲ ଏକ ଟାଙ୍ଗିଆରେ ତାଙ୍କ ବଡ଼ ଭାଇ ସୁନୀଲଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ପରିବାର ଲୋକେ ସୁନୀଲଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

About The Author: The Sakala