ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି; ଦିନ ସାଢ଼େ ୧୧ଟା ସୁଦ୍ଧା ୪୧.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରଚଣ୍ଡ ତାତି ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ପୂରା ଓଡ଼ିଶା ତତଲା କଡ଼େଇରେ ଭାଜିହେଉଥିବା ବେଳେ ଆଜି ବି ପ୍ରଚଣ୍ଡ ତାତିରେ ରାଜ୍ୟବାସୀ କଲବଲ ହେଉଛନ୍ତି। ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ୪୦.୨ ଡିଗ୍ରୀ ତାପମାତ୍ରା ସହ ଦ୍ୱିତୀୟ ସ୍ଥାନରେ […]

ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରଚଣ୍ଡ ତାତି ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ପୂରା ଓଡ଼ିଶା ତତଲା କଡ଼େଇରେ ଭାଜିହେଉଥିବା ବେଳେ ଆଜି ବି ପ୍ରଚଣ୍ଡ ତାତିରେ ରାଜ୍ୟବାସୀ କଲବଲ ହେଉଛନ୍ତି। ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ୪୦.୨ ଡିଗ୍ରୀ ତାପମାତ୍ରା ସହ ଦ୍ୱିତୀୟ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ୱର । ଅପରାହ୍‌ଣରେ ତାତି ୪୪ ଡିଗ୍ରୀ ପାର କରିପାରେ ।

ସେହିଭଳି ଚାନ୍ଦବାଲିରେ ୩୯.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୯.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ, ପାରାଦୀପରେ ୩୩ ଡିଗ୍ରୀ, ଗୋପାଳପୁରରେ ୩୨.୬ ଡ଼ିଗ୍ରୀ ରେକର୍ଡ ହୋଇଛି ।

ଏପରି ପାଗ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଲାଗି ରହିବ ଏହାପରେ ଏଥିରେ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ୨୧ ତାରିଖଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଛି। ୨୧ ତାରିଖରେ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ା ଆଦି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି।

About The Author: The Sakala