ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ, ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

କୋରାପୁଟ: ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ୍ ରାଉତ। ବାଲି ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗ । ଏକ ଖଣି ଲିଜ୍ ଅବଧି ବୃଦ୍ଧି ଏବଂ ଆଗାମୀ ବାଲି ଉତ୍ସଗୁଡ଼ିକର ସ୍ପଟ୍ ନିଲାମରେ ଅନୁଚିତ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ଲିଜ୍‌ଧାରୀଙ୍କଠାରୁ ସତ୍ୟଜିତ୍ ରାଉତ ଏହି ଲାଞ୍ଚ ଦାବି କରିଥିଲେ। ତାଙ୍କ ନିକଟରୁ ସମସ୍ତ ୨ ଲକ୍ଷ ଟଙ୍କାର ଲାଞ୍ଚ ରାଶି ଘଟଣାସ୍ଥଳରୁ ଜବତ କରାଯାଇଛି।

ଚଢ଼ାଉ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ସତ୍ୟଜିତ୍ ଙ୍କ ୩ଟି ବାସଭବନରେ ଏକକାଳୀନ ଚଢ଼ାଉ କରିଛି । ଜୟପୁରର ଲିଙ୍ଗରାଜ ନଗର, କଟକର ବିଦ୍ୟାଧରପୁର ଏବଂ ମାହାଙ୍ଗାର ଓଳକଣା ସ୍ଥିତ ବାସଭବନରେ ଏହି ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ତାଙ୍କ ଜୟପୁର ବାସଭବନରୁ ଅଧିକ ୨.୯୦ ଲକ୍ଷ ଟଙ୍କାର ହିସାବବିହୀନ ନଗଦ ଅର୍ଥ ଉଦ୍ଧାର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ଜବତ ନଗଦ ଟଙ୍କାର ପରିମାଣ ୪.୯୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ର ଧାରା ୭ ଅନୁଯାୟୀ କେସ୍ ନମ୍ବର ୧୪/୨୦୨୬ ରୁଜୁ କରାଯାଇଛି। ବର୍ତ୍ତମାନ ଭିଜିଲାନ୍ସ ବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

About The Author: Madhusudan Das