ବିଜେଡି ହାତରେ ଜଳେଶ୍ୱର ପୌର ପରିଷଦ, ପ୍ରତୀପ କୁମାର ପ୍ରଧାନ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦର ପୌର ନିର୍ବାଚନ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ସୁଦ୍ଧା ଫଳା ଫଳ ପ୍ରକାଶ ପାଇଥିଲା। ୧୭ଟି ୱାର୍ଡର ୪ଜଣ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଏବଂ ୧୭ଟି ୱାର୍ଡ ପାଇଁ ୫୫ଜଣ  କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ଏଥିରେ ୨୦ହଜାର ୫୯ଜଣ ଭୋଟରଙ୍କ ମଧ୍ୟରୁ ୭ ହଜାର ୯୮୮ ଜଣ ପୁରୁଷ ଏବଂ ୮ ହଜାର ୧୩୫ ଜଣ ମହିଳା […]

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦର ପୌର ନିର୍ବାଚନ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ସୁଦ୍ଧା ଫଳା ଫଳ ପ୍ରକାଶ ପାଇଥିଲା। ୧୭ଟି ୱାର୍ଡର ୪ଜଣ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଏବଂ ୧୭ଟି ୱାର୍ଡ ପାଇଁ ୫୫ଜଣ  କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ଏଥିରେ ୨୦ହଜାର ୫୯ଜଣ ଭୋଟରଙ୍କ ମଧ୍ୟରୁ ୭ ହଜାର ୯୮୮ ଜଣ ପୁରୁଷ ଏବଂ ୮ ହଜାର ୧୩୫ ଜଣ ମହିଳା ଭୋଟର ମୋଟ ୧୬ହଜାର ୧୨୩ ଜଣ ମତ ଦାନ କରିଥିଲେ।ଆଜି ତାର ଫଳା ଫଳ ପ୍ରକାଶ ପାଇଥିଲା।

ଜଳେଶ୍ଵର ମ୍ୟୁନିସିପାଲଟି ନିର୍ବାଚନ ଫଳାଫଳରେ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତୀପ କୁମାର ପ୍ରଧାନ (ବିଜେଡି)-୭୮୯୯ଖଣ୍ଡ ଭୋଟ,ପ୍ରବୀର କୁମାର ପ୍ରଧାନ (ବିଜେପି)୫୭୭୦ ଖଣ୍ଡ ଭୋଟ,ଅବଦୁଲ ରିଆଜ ଖାଁ(କଙ୍ଗ୍ରେସ)-୨୧୩୬ ଖଣ୍ଡ ଭୋଟ ଓ ଜିତାଂଶୁ ଶେଖର ନନ୍ଦୀ(ସିପିଆଇଏମ)-୨୨୮ ଖଣ୍ଡ ଭୋଟ ପାଇ ଥିଲେ।  ବିଜେଡିର ପ୍ରତୀପ କୁମାର ପ୍ରଧାନ ୨୧୨୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି କାଉନସିଲର ପଦ ପାଇଁ ୧ ନମ୍ବର ଓ୍ବାର୍ଡ-ସେକ ସୈଫୁଦ୍ଦିନ(ବିଜେଡି),୨ ନମ୍ବର ଓ୍ବାର୍ଡ-ସୁରଜ କୁମାର ଚୌରାସିଆ(ବିଜେଡି),୩ ନମ୍ବର ଓ୍ବାର୍ଡ-ସ୍ଵାଗତିକା ପାଳ (ବିଜେଡି),୪ ନମ୍ବର ଓ୍ବାର୍ଡ-ପୁଷ୍ପପ୍ରିୟା କାମିଳା(ବିଜେଡି),୫ ନମ୍ବର ଓ୍ବାର୍ଡ-କବିତା ସାହୁ(ବିଜେଡି),୬ ନମ୍ବର ଓ୍ବାର୍ଡ-ଚନ୍ଦନ କୁମାର ଦାସ(ବିଜେପି),୭ ନମ୍ବର ଓ୍ବାର୍ଡ-ମୀର ଆବାସ ଅଲ୍ଲୀ(ବିଜେଡି),୮ ନମ୍ବର ଓ୍ବାର୍ଡ-ଚିତ୍ତରଞ୍ଜନ ମହାନ୍ତି(ବିଜେଡି),୯ ନମ୍ବର ଓ୍ବାର୍ଡ-ଗୋବିନ୍ଦ ଚନ୍ଦ୍ର ସାହୁ(ବିଜେଡି),୧୦ ନମ୍ବର ଓ୍ବାର୍ଡ-କବିତା ଧଳ(ବିଜେଡି),୧୧ ନମ୍ବର ଓ୍ବାର୍ଡ-ସୁଷମା କର(ବିଜେଡି),୧୨ ନମ୍ବର ଓ୍ବାର୍ଡ-ଶିବ ନାରାୟଣ ମହାପାତ୍ର(ବିଜେପି),୧୩ ନମ୍ବର ଓ୍ବାର୍ଡ-ସସ୍ମିତା ପାତ୍ର(ବିଜେପି),୧୪ ନମ୍ବର ଓ୍ବାର୍ଡ-ସତ୍ୟବତୀ ଗିରି(ବିଜେଡି),୧୫ ନମ୍ବର ଓ୍ବାର୍ଡ-ଉମା ହେମ୍ରମ(ବିଜେପି),୧୬ ନମ୍ବର ଓ୍ବାର୍ଡ-ଲକ୍ଷ୍ମଣ ସୋରେନ(ବିଜେଡି) ଓ ୧୭ ନମ୍ବର ଓ୍ବାର୍ଡ-ରଶ୍ମୀ ନନ୍ଦୀ(କଂଗ୍ରେସ) ବିଜୟ ଲାଭ କରିଛନ୍ତି।

ମୋଟ କାଉନସିଲର ପଦବୀରେ ବିଜେଡି ୧୨ ଟି ଓ୍ବାର୍ଡରେ,ବିଜେପି ୪ ଟି ଓ୍ବାର୍ଡରେ ଓ କଂଗ୍ରେସ ଗୋଟିଏ ଓ୍ବାର୍ଡରେ ବିଜୟ ଲାଭ କରିଛି। ତେବେ ଜଳେଶ୍ୱର ପୌର ପରିଷଦ ନିର୍ବାଚନରେ ପୌରାଧକ୍ଷ ପଦ ବିଜେଡି କେବେ ହାତେଇ ପାରି ନ ଥିଲା।ଏହି ନିର୍ବାଚନରେ ବିଜୁ ଜନତା ଦଳରୁ ପ୍ରତିପ କୁମାର ପ୍ରଧାନ ୨୧୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇ ଥିବାରୁ ବିଜୁ ଜନତା ଦଳ ପକ୍ଷରୁ ଚାରିଆଡେ ଖୁସିର ଲହରୀ ଖେଳିଯାଇଛି।

About The Author: The Sakala