ଯାଜପୁର: ୧୬ନଂ ଜାତୀୟ ରାଜପଥରେ ଅଭାବନୀୟ ଘଟଣା । ରସୁଲପୁର ବ୍ଲକ ହେଡକ୍ବାଟର ସମ୍ମୁଖ ରାଜପଥର ପୁରୁଣା ବ୍ରିଜ୍ ପ୍ରାୟ ୧୦ ଫୁଟ ତଳକୁ ଦବିଯାଇଛି । ଯାହାଫଳରେ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ ଠପ୍ ରହିଛି । ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଅଟକି ରହିଛି ।
ଆଜି ସକାଳୁ ସକାଳୁ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ବ୍ରିଜ୍ ଭୁଶୁଡ଼ିବା ସମୟରେ ସୌଭାଗ୍ୟବଶତଃ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ବଡ଼ ଅଘଟଣା ଟଳିଯାଇଛି । ବ୍ରିଜ ଭୁଶୁଡିବା ଯୋଗୁଁ ସେହି ରୋଡରେ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛନ୍ତି।
ତେବେ ବ୍ରିଜ୍ଟି କ’ଣ ପାଇଁ ଦାବିଲା, ତାହା ଏବେ ବି ଅସ୍ପଷ୍ଟ ରହିଛି । ତେବେ ଲଗାନା ବର୍ଷା ଲାଗି ରହିବା ଯୋଗୁ ପୋଲ ଭୁଶୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛି ।