ଯାଜପୁର କାଳୀମେଘା ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା: ୫ ଅଭିଯୁକ୍ତ ଗିରଫ, ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ

ଯାଜପୁର: ଯାଜପୁର ଟାଉନ ଥାନା କାଳୀମେଘା ନିକଟରେ ଗୁଳିମାଡ଼ରେ ସୌମ୍ୟ ସାମଲଙ୍କ ମୃତ୍ୟୁ ଘଟଣା । ସୌମ୍ୟଙ୍କ ପତ୍ନୀ ଶୁଭଶ୍ରୀ ବେହେରାଙ୍କ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ । ଏହାସହିତ ମେଡିକାଲ କଲେଜ ପଛରୁ ମିଳିଛି ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ । ଗତ ୬ ତାରିଖ ରାତିରେ ଯାଜପୁର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । 

ମୃତ ସୋମ୍ୟ ସାଗର ସାମଲଙ୍କ ପତ୍ନୀ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର । ପତ୍ନୀ ଶୁଭଶ୍ରୀଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଯଯାତି କେଶରୀ ମେଡିକାଲ କଲେଜ ପଛପଟ ବୈତରଣୀ ନଦୀ ପଠାରୁ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ୍ କରିପାରେ ପୋଲିସ।

About The Author: Madhusudan Das