ଭଦ୍ରକ/ଜଗତସିଂହପୁର: ବନ୍ୟା ସ୍ଥିତି ପାଇଁ ଭଦ୍ରକ ଜିଲ୍ଲାର ୪ଟି ବ୍ଲକରେ ଥିବା ସମସ୍ତ ସ୍କୁଲ ଆଜି ଛୁଟି ଘୋଷଣା କରାଯାଇଥିବା ବେଳେ ଜଗତସିଂହପୁରର ୩ଟି ବ୍ଲକର ସ୍କୁଲ ଛୁଟି ଘୋଷଣା କରାଯାଇଛି।
ଭଦ୍ରକର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକ୍ରେ ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଗାଁ ଜଳବନ୍ଦୀ ଥିବା ବେଳେ ରାସ୍ତା ଉପରେ ପାଣି ଚାଲୁଛି।
ସେହିପରି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୨୫ଟି ସ୍କୁଲ ଛୁଟି ଘୋଷଣା କରାଯାଇଛି। ବନ୍ୟା ପରି ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଛି। ଏ ନେଇ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି।