ରାସ୍ତା କଡ଼ରେ ଠିଆ ହୋଇଥିବା ଟାଟା ଏସିକୁ ପଛରୁ ଧକ୍କା ଦେଲା ଅଜଣା ଗାଡ଼ି: ୨ ମୃତ, ଜଣେ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଗୋପାଳପୁର ଛକ ନିକଟରେ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଟାଟା ଏସିକୁ ପଛରୁ ଏକ ଅଜଣା ଗାଡି ଧକ୍କା ଦେଇଛି।  ଏହି ଦୁର୍ଘଟଣାରେ ଟାଟା ଏସି ଗାଡିରେ ବସିଥିବା ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରଘୁନାଥପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ମୃୃତ୍ଯୁ ଘଟିଥିବା […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଗୋପାଳପୁର ଛକ ନିକଟରେ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଟାଟା ଏସିକୁ ପଛରୁ ଏକ ଅଜଣା ଗାଡି ଧକ୍କା ଦେଇଛି।  ଏହି ଦୁର୍ଘଟଣାରେ ଟାଟା ଏସି ଗାଡିରେ ବସିଥିବା ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରଘୁନାଥପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ମୃୃତ୍ଯୁ ଘଟିଥିବା ୨ ଜଣଙ୍କ ନାଁ ସୁରେଶ ମଲିକ ଓ ଆକାଶ ବେହେରା ବୋଲି ଜଣାପଡ଼ିଛି।

About The Author: The Sakala