ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟକୁ ପୁରିଲା ବର୍ଷେ : ଆସିଛି ଟିକା, ତଥାପି ରହିଛି ଶଙ୍କା

ଭୁବନେଶ୍ୱର: ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ଆକ୍ରାନ୍ତ ଚିହ୍ନଟକୁ ଇତିମଧ୍ୟରେ ବର୍ଷେ ପୂରଣ ହୋଇଛି। ପ୍ରଥମ ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ବଡ଼ଗଡ଼ର ହୋଇଥିବା ବେଳେ ସେ ଇଟାଲିରୁ ଭୁବନେଶ୍ୱରକୁ ଫେରିଥିଲେ। ତାଙ୍କଠାରୁ ଏହି ଭୂତାଣୁ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହେଲା। ସାଧାରଣ ଲୋକମାନେ କ୍ୱାରେଣ୍ଟାଇନ୍‍, କଣ୍ଟାକ୍ଟ ଟ୍ରେସିଂ ଭଳି ଶବ୍ଦ ଶୁଣିବାକୁ ପାଇଲେ। ରାଜ୍ୟବାସୀଙ୍କ ଆଗରେ ସରକାର କବଚ ଭଳି ଠିଆ […]

ଭୁବନେଶ୍ୱର: ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ଆକ୍ରାନ୍ତ ଚିହ୍ନଟକୁ ଇତିମଧ୍ୟରେ ବର୍ଷେ ପୂରଣ ହୋଇଛି। ପ୍ରଥମ ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ବଡ଼ଗଡ଼ର ହୋଇଥିବା ବେଳେ ସେ ଇଟାଲିରୁ ଭୁବନେଶ୍ୱରକୁ ଫେରିଥିଲେ। ତାଙ୍କଠାରୁ ଏହି ଭୂତାଣୁ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହେଲା। ସାଧାରଣ ଲୋକମାନେ କ୍ୱାରେଣ୍ଟାଇନ୍‍, କଣ୍ଟାକ୍ଟ ଟ୍ରେସିଂ ଭଳି ଶବ୍ଦ ଶୁଣିବାକୁ ପାଇଲେ। ରାଜ୍ୟବାସୀଙ୍କ ଆଗରେ ସରକାର କବଚ ଭଳି ଠିଆ ହେବା ପାଇଁ ଅଣ୍ଟା ଭିଡ଼ିବା ସହିତ ଲକ୍‍ଡାଉନ୍‍ ସଟ୍‍ଡାଉନ୍‍ ସାଙ୍ଗକୁ କଣ୍ଟେନ୍‍ମେଣ୍ଟ ଜୋନ୍‍ ପନ୍ଥା ଆପଣାଇଲେ।

ସେତେବେଳେ ନୂଆ କରି ରାଜ୍ୟବାସୀ ଶୁଣିଥିବା ଏହି ଶବ୍ଦ ସବୁ ଏବେ ପୁରୁଣା ହୋଇଯାଇଛି। ମୁହଁରେ ମାସ୍କ ହାତରେ ସାନିଟାଇଜର ଧରି ରହୁଥିବା ଲୋକମାନେ ଲୋକଙ୍କଠାରୁ ୬ ହାତ ଦୂରରେ ରହି କଥା ହେଉଥିଲେ, କିନ୍ତୁ ଏବେ ଗହଳି ହେଉଛି, ଲୋକଙ୍କ ମୁହଁରୁ ମାସ୍କ ଖସି ବେକରେ ପହଞ୍ଚିଛି। ସାନିଟାଇଜର ବି ଷ୍ଟାଣ୍ଡରେ ସେମିତି ଥୁଆ ହୋଇରହୁଛି। ଏବେ ସବୁ ‘ନ୍ୟୁ ନର୍ମାଲା’ ହୋଇଯାଇଛି। ବନ୍ଦ ହୋଇପଡ଼ିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ କଳକାରଖାନା ଖୋଲିଯାଇଛି। ଦୀର୍ଘ ଦିନ ଧରି ବହିଠାରୁ ମୁହଁ ଫେରାଇ ନେଇଥିବା ଛାତ୍ରଛାତ୍ରୀମାନେ ବି ସ୍କୁଲ୍‍ ବ୍ୟାଗ କାନ୍ଧରେ ପକାଇଛନ୍ତି। ତେବେ ବର୍ଷକ ମଧ୍ୟରେ ରାଜ୍ୟର ୧୯୧୮ ଜଣ ଲୋକ କରୋନା କବଳରେ ଜୀବନ ହାରିଥିବା ବେଳେ ରାଜଧାନୀରୁ ୨୫୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ କରୋନାକୁ ହରାଇ ଘରକୁ ଫେରିଛନ୍ତି। ଆଉ ଏବେ କରୋନା ହେଲେ ହସ୍ପିଟାଲ ଯିବାକୁ ପଡ଼ୁନି। ହୋମ୍‍ ଆଇସୋଲେସନରେ ରହି ଲୋକେ ସୁସ୍ଥ ହେଉଛନ୍ତି। କରୋନାକୁ ହରାଇବା ପାଇଁ ବର୍ତ୍ତମାନ ସାରା ଭାରତବର୍ଷରେ ଟିକାକରଣ ଜାରି ରହିଥିବା ବେଳେ ପୁଣି ଦ୍ୱିତୀୟ ଲହରିକୁ ନେଇ ଲୋକଙ୍କ ମନରେ ସାମାନ୍ୟ ଭୟ ଉଙ୍କି ମାରିଛି। କାରଣ ସାମାଜର ସବୁ ବର୍ଗ ଓ ଗୋଷ୍ଠୀଙ୍କର କର୍ମ ଓ କାର୍ଯ୍ୟ ବିଚ୍ୟୁତି ହୋଇଥିବା ବେଳେ ଏବେ ଏବେ ଏହା ଟ୍ରାକ୍‍କୁ ଫେରୁଛି। ବର୍ଷେ ପରେ ଭୟ ଓ ଆଶଙ୍କାକୁ ପଛ କରି ଲୋକମାନେ ନିଜ ନିଜର ଭୁଶୁଡ଼ି ପଡ଼ିଥିବା ଆର୍ଥÒକ ମେରୁଦଣ୍ଡକୁ ସିଧା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। କରୋନା ବେଳେ କାଢ଼ା ପିଇ ଇମ୍ୟୁନିଟି ବଢ଼ାଇବା ଆଶାରେ ଥିବା ଲୋକମାନେ ଏବେ ଟିକା ନେବାକୁ ଚାହିଁ ବସିଛନ୍ତି, କିନ୍ତୁ ଏସବୁ ପରେ ବି ଲୋକଙ୍କ ମନରୁ କରୋନାକୁ ନେଇ ଭୟ ବା ଆଶଙ୍କା ଦୂର ହୋଇନାହିଁ।

About The Author: The Sakala