ପିଏମ୍ ଆବାସ ବଣ୍ଟନରେ କଣ୍ଟା ସାଜିଛି କେନ୍ଦ୍ରର ଗାଇଡ଼ ଲାଇନ – ବିଜେଡ଼ି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବସ ଯୋଜନା ନେଇ ବିଜେପିର ପ୍ରେସମିଟ ଉପରେ ବିଜେଡିର ପ୍ରତିକ୍ରିୟା ରଖିଛି।  ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି । ବହୁତ ଦିନ ହେବ ସାଇଟ ଖୋଲିଲେନି । ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲେଖିବା ପରେ ୯ ଲକ୍ଷ ୫୯  ହଜାର ଘର ଦେଲେ । କିନ୍ତୁ ତା ପରେ ଗାଇଡ଼ ଲାଇନ ପରିବର୍ତ୍ତନ କଲେ । ଯାହା ଦ୍ୱାରା ଅନେକ ଯୋଗ୍ୟ ହିତାଧିକାରୀ […]

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବସ ଯୋଜନା ନେଇ ବିଜେପିର ପ୍ରେସମିଟ ଉପରେ ବିଜେଡିର ପ୍ରତିକ୍ରିୟା ରଖିଛି।  ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି । ବହୁତ ଦିନ ହେବ ସାଇଟ ଖୋଲିଲେନି । ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲେଖିବା ପରେ ୯ ଲକ୍ଷ ୫୯  ହଜାର ଘର ଦେଲେ । କିନ୍ତୁ ତା ପରେ ଗାଇଡ଼ ଲାଇନ ପରିବର୍ତ୍ତନ କଲେ । ଯାହା ଦ୍ୱାରା ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବା ସମ୍ଭବ ହେଉ ନାହିଁ । ତେଣୁ ଯୋଗ୍ୟ ହିତାଧିକାରୀ ବାଛିବା କଷ୍ଟକର ହେଉଛି । କେବଳ ପ୍ରଚାର ସର୍ବସ୍ୱ ହେଇ ପରୋକ୍ଷରେ ଚାହୁଁଛନ୍ତି କେମିତି ଘର ନ ମିଳୁ । ଗରିବ ଲୋକ ଘର ନ ପାଆନ୍ତୁ ସେଥିପାଇଁ କେନ୍ଦ୍ର ସରକାର ଏକ ସୁ ଚିନ୍ତିତ ଷଡ଼ଯନ୍ତ୍ର କରିଛନ୍ତି। ଦୁର୍ନୀତି ନେଇ ଯେଉଁ ଅଭିଯୋଗ ଆଣୁଛନ୍ତି ତାଙ୍କ ର କେନ୍ଦ୍ରୀୟ ଟିମ ଆସିଥିଲା ଆକ୍ସନ ନିଅନ୍ତୁ । କିନ୍ତୁ ଦୁର୍ନୀତି ନାଁ ରେ ସମୟ ନ ଗଡ଼ାନ୍ତୁ । ଯେଉଁଠି ଦୁର୍ନୀତି ସେଠି ଆକ୍ସନହେଉ । କେବଳ ଦୁର୍ନୀତି କଥା କହି ଓଡିଶାକୁ ବଦନାମ କରୁଛନ୍ତି କିନ୍ତୁ ନିର୍ଦ୍ଦିଷ୍ଟ ଅଭିଯୋଗ ରଖୁ ନାହାନ୍ତି ।

ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ହରିଲୁଟ ହେଉଥିବା କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି । ପୂର୍ବରୁ ଯେଉଁ ରେସିଓରେ ଅର୍ଥ ମିଳୁଥିଲା ତାକୁ ପରିବର୍ତ୍ତନ କଲେ। ଲୋକଙ୍କ ପାଖରେ ଯେହେତୁ ସତ୍ୟ ଅଛି ତେଣୁ ଫଳାଫଳ ତାଙ୍କ ସପକ୍ଷରେ ଯାଉନି। ସବୁ ଅଭିଯୋଗ ଗୁଡିକ ଅମୂଳକ  ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି

About The Author: The Sakala