ହକି ବିଶ୍ୱକପ୍ ପାଇଁ ମେଘାଳାୟ ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ସାରା ଭାରତକୁ ନିମନ୍ତ୍ରଣ କରୁଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରୁଛନ୍ତି ଓଡ଼ିଶାର ମନ୍ତ୍ରୀମାନେ। ଏହି କ୍ରମରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ନିମନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କୁ ନିମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଅନୁପସ୍ଥିତ ଥିବାରୁ ତାଙ୍କ ପକ୍ଷରୁ […]

ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ସାରା ଭାରତକୁ ନିମନ୍ତ୍ରଣ କରୁଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରୁଛନ୍ତି ଓଡ଼ିଶାର ମନ୍ତ୍ରୀମାନେ। ଏହି କ୍ରମରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ନିମନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କୁ ନିମନ୍ତ୍ରଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଅନୁପସ୍ଥିତ ଥିବାରୁ ତାଙ୍କ ପକ୍ଷରୁ ମନ୍ତ୍ରୀ ରେନିକ୍ଟନ ଲିଙ୍ଗଦୋହ ଟଙ୍ଗଖର ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି। ସେ ଆଶ୍ୱାସନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ସାଙ୍ଗମା ହକି ବିଶ୍ୱକପ ଉତ୍ସବରେ ସାମିଲ ହେବେ। ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରାଯାଇଥିଲା। ସେହିପରି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ନବକିଶୋର ଦାସ ନାଗାଲାଣ୍ଡ ରାଜଧାନୀ କୋହିମା ଯାଇ ରିଓଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଛନ୍ତି।

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ନିମନ୍ତ୍ରଣ ପତ୍ର ସହ ହକି ଟି-ସାର୍ଟ ଓ ରୁପା ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିଛନ୍ତି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିବା ସହ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଥାଉକି, ଓଡ଼ିଶାର ଦୁଇଟି ସ୍ଥାନ ବିର୍ଷା ମୁଣ୍ଡା ଷ୍ଟାଡିୟମ, ରାଉରକେଲା ଓ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରରେ ଜାନୁଆରୀ ୧୩ ତାରିଖରୁ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି।

About The Author: The Sakala