ଭୁବନେଶ୍ୱର: ରାଜଧାନୀରୁ ୪ଜଣ ଇଞ୍ଜିନିୟର ଛାତ୍ର ନିଖୋଜ ଘଟଣାରେ ପୁଳିସକୁ ମଳିଛି ସଫଳତା । ଅଇଁଠାପଲି ପୁଲିସ ଉକ୍ତ ଚାରି ନିଖୋଜ ଛାତ୍ରଙ୍କୁ ଠାବ କରିଛି। ୪ ନିଖୋଜ ଛାତ୍ରଙ୍କ ସାଇବର ଅପରାଧ ନେଇ ଲିଙ୍କ ନେଇ ସୂଚନା ମିଳୁଛି । ଏମାନଙ୍କ ସହ ଜଣେ ଜମତରାର ସଦସ୍ୟ ରହିଥିଲେ । ଯାହା ଦ୍ୱାରା ସାଇବର ଅପରାଧ ଲିଙ୍କ ଆସୁଥିବା ନେଇ ପୁଲିସ ସନ୍ଦେହ କରୁଛି । ୪ ଜଣ ହେଉଛନ୍ତି ବିହାର ଅଭୟପୁରର ଆଦିତ୍ୟ କୁମାର, ଝାଡଖଣ୍ଡ ଜନତା ଷ୍ଟେସନ ମାର୍କେଟ୍ ରୋଡ୍ ଅଞ୍ଚଳର ବିଶାଲ ପାଣ୍ଡେ ଏବଂ କ୍ରସ୍ ରୋଡ୍ ର ତ୍ରିନେତ୍ର କୁମାର, ବିହାର ଜାମୁର ଅଞ୍ଚଳର ଶେଖର ସିଂ ରାଜପୁତ । ବିଶାଲଙ୍କ ସାଙ୍ଗ ଛୋଟୁ ଓରଫ ରେହମତ ଆସି ସେମାନଙ୍କ ସହ ମେସରେ ରହୁଥିଲେ ।
ସୂଚନା ଅନୁଯାୟୀ, ତେବେ ଗତ ୧୧ ତାରିଖରୁ ସେମାନଙ୍କ ପରିବାରଲୋକ ଯୋଗାଯୋଗ କରୁଥିଲେ ମଧ୍ୟ ସମସ୍ତଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଆସୁଛି । ବାରମ୍ବାର ଯୋଗାଯୋଗ କରିବା ପରେ ଆଦିତ୍ୟଙ୍କ ବାପା ପ୍ରମୋଦ କୁମାର ସିଂ ଆସି ମେସରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ତମାଣ୍ଡୋ ଥାନାରେ ଏନେଇ ଅଭିଯୋଗ କରିଥିଲେ ।