ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ କମିଛି , ତଥାପି ବିପଦ ଲାଗି ରହିଛି । ବର୍ତ୍ତମାନ ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ଥିତିରେ ସୁଧାର ଆସିଥିଲେ ବି ବିପଦ ଟଳିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ ଡେଲଟା ଭାରିଆଣ୍ଟର ଉପସ୍ଥିତି ଅଛି । ତେଣୁ ବିପଦ ରହିଛି ବୋଲି ସେ କହିଛନ୍ତି । ନିଜକୁ ସବୁବେଳେ ବିପଦ ମୁକ୍ତ ରଖନ୍ତୁ । ମାସ୍କ ବ୍ୟବହାର କରନ୍ତୁ । ସମସ୍ତଙ୍କୁ ଭ୍ୟାକ୍ସିନ ନେବା ପାଇଁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବାହାର ସ୍ଥାନରେ ସାମାଜିକ ଦୂରତା ରକ୍ଷା କରନ୍ତୁ । ପ୍ରଥମେ କୋରନା ସଂକ୍ରମଣ ସମୟରେ ଯେଭଳି ସତର୍କତା ଅବଲମ୍ବନ କରୁଥିଲେ ସେଭଳି ଜାରି ରଖିବା । ରାଜ୍ୟରେ ଲଗାତାର ପଜିଟିଭ ହାର କମୁଛି । ଫେବୃଆରୀରେ କଟକଣା କୋହଳ ନେଇ ନିଷ୍ପତ୍ତି ହୋଇପାରେ ।
ରାଜ୍ୟରେ ସଂକ୍ରମଣ କମିଛି , ତଥାପି ବିପଦ ଲାଗି ରହିଛି : ବିଜୟ ମହାପାତ୍ର
ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ କମିଛି , ତଥାପି ବିପଦ ଲାଗି ରହିଛି । ବର୍ତ୍ତମାନ ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ଥିତିରେ ସୁଧାର ଆସିଥିଲେ ବି ବିପଦ ଟଳିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ ଡେଲଟା ଭାରିଆଣ୍ଟର ଉପସ୍ଥିତି ଅଛି । ତେଣୁ ବିପଦ ରହିଛି ବୋଲି ସେ କହିଛନ୍ତି । ନିଜକୁ ସବୁବେଳେ ବିପଦ ମୁକ୍ତ ରଖନ୍ତୁ । ମାସ୍କ ବ୍ୟବହାର କରନ୍ତୁ […]