ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଭୁବନେଶ୍ବର : ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡିଛି। ଯାନ୍ତ୍ରିକ ତ୍ରୁଟି ସିଗ୍ନାଲ ମିଳିବା ପରେ ବିମାନଟିକୁ ଜରୁରୀ ଅବତରଣ କରିଛନ୍ତି ପାଇଲଟ। ଭୁବନେଶ୍ବର ବିମାନ ବନ୍ଦରରୁ ଟେକଅପ୍ କରିବାର ୨୫ ମିନିଟ ପରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି। ଯାହା ପରେ ପାଇଲଟ  ଯାତ୍ରୀଙ୍କୁ ସତର୍କ କରାଇ ବିମାନଟିକୁ ଭୁବନେଶ୍ବର ବିମାନ ବନ୍ଦରକୁ ଫେରାଇ ଆଣିଥିଲେ। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ରୁ ନୂଆଦିଲ୍ଲୀ ଯାଉଥିଲା ଇଣ୍ଡିଗୋ6E 2065 ବିମାନ। ଯାନ୍ତ୍ରିକ […]

ଭୁବନେଶ୍ବର : ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡିଛି। ଯାନ୍ତ୍ରିକ ତ୍ରୁଟି ସିଗ୍ନାଲ ମିଳିବା ପରେ ବିମାନଟିକୁ ଜରୁରୀ ଅବତରଣ କରିଛନ୍ତି ପାଇଲଟ। ଭୁବନେଶ୍ବର ବିମାନ ବନ୍ଦରରୁ ଟେକଅପ୍ କରିବାର ୨୫ ମିନିଟ ପରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି। ଯାହା ପରେ ପାଇଲଟ  ଯାତ୍ରୀଙ୍କୁ ସତର୍କ କରାଇ ବିମାନଟିକୁ ଭୁବନେଶ୍ବର ବିମାନ ବନ୍ଦରକୁ ଫେରାଇ ଆଣିଥିଲେ।

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ରୁ ନୂଆଦିଲ୍ଲୀ ଯାଉଥିଲା ଇଣ୍ଡିଗୋ6E 2065 ବିମାନ। ଯାନ୍ତ୍ରିକ ତ୍ରୁଟି ପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିଥିବା ଜଣାପଡିଛି। ଅବତରଣ ପରେ ବିମାନର ଯାନ୍ତ୍ରିକ ତ୍ରୁଟି କୁ  ଯାଞ୍ଚ କରାଯାଇଛି। ବର୍ତ୍ତମାନ ସବୁ ସ୍ବାଭାବିକ ଥିବା କହିଛନ୍ତି ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ। ଡିଜିସିଏ ଅନୁମତି ପରେ ପୁଣି ବିମାନଟି ଉଡାଣ ଭରିବ ବୋଲି ଜଣାପଡିଛି।

About The Author: The Sakala