ବୃଦ୍ଧି ହେବ ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ସଂଖ୍ୟା । ସିଟ ବୃଦ୍ଧି ପାଇବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଯେଉଁ କଲେଜ୍ ଚାହିଁବେ ଆବେଦନ କରିପାରିବେ । ଏଥିପାଇଁ ସାମ୍ସରେ ଅନ୍ଲାଇନ୍ ଜରିଆରେ ଆବେଦନ କରିହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ସରକାର ।
ଚଳିତବର୍ଷ ମଧ୍ୟ ଦଶମ ଶ୍ରେଣୀରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ରିପୋର୍ଟ ମୁତାବକ ଚଳିତବର୍ଷ ଦଶମ ବୋର୍ଡରେ ୬ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେପଟେ ରାଜ୍ୟର ଯୁକ୍ତ ଦୁଇ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି। ତେଣୁ ଏଭଳି ସ୍ଥିତିରେ ଆଡମିଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବଳକା ଛାତ୍ରଛାତ୍ରୀ କିପରି ପାଠ ପଢିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।