ବୃଦ୍ଧି ହେବ ସାମ୍ବାଦିକଙ୍କ ବୀମା ରାଶି, ପେନ୍‍ସନ୍‍ ଯୋଜନା କାର୍ଯ୍ୟକାରୀ କରିବାକୁ ନିଆଯିବ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟ ସରକାର ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି। ଆଗାମୀ ଦିନରେ ରାଜ୍ୟରେ ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ସମ୍ପର୍କିତ ପଦକ୍ଷେପକୁ ତ୍ୱରାନ୍ୱିତ କରାଯାଇ କାର୍ଯ୍ୟକାରୀ କରାଯିବ। ଏହି ପ୍ରରିପେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ବୀମାରାଶିର ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷକୁ ବୃଦ୍ଧି କରାଯିବା ସହ ପେନ୍‍ସନ୍‍ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ସମାରୋହରେ […]

ଭୁବନେଶ୍ୱର: ରାଜ୍ୟ ସରକାର ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି। ଆଗାମୀ ଦିନରେ ରାଜ୍ୟରେ ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ସମ୍ପର୍କିତ ପଦକ୍ଷେପକୁ ତ୍ୱରାନ୍ୱିତ କରାଯାଇ କାର୍ଯ୍ୟକାରୀ କରାଯିବ। ଏହି ପ୍ରରିପେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ବୀମାରାଶିର ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷକୁ ବୃଦ୍ଧି କରାଯିବା ସହ ପେନ୍‍ସନ୍‍ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ସମାରୋହରେ ମୁଖ୍ୟ ଅତିଥି ବାବେ ଯୋଗଦେଇ ଶ୍ରୀ ମଙ୍ଗରାଜ କହିଥିଲେ ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଓୟୁଜେ ପକ୍ଷରୁ ଉଠାଯାଇଥିବା ଦାବି ଉପରେ ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‍ଶୀଘ୍ର ବୀମା ରାଶିର ପରିମାଣକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସହ ପେନ୍‍ସନ୍‍ ବ୍ୟବସ୍ଥା ଲାଗୁ ନେଇ ପଦକ୍ଷେପ ନିଆଯିବ। ଏନେଇ ଆମେ ଦୁଇଟା ରାଜ୍ୟର ରିପୋର୍ଟକୁ ଅନୁଧ୍ୟାନ କରୁଛୁ। ଖାଲି ପେନ୍‍ସନ୍‍ ନୁହେଁ ବରଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରୟାସ କରାଯିବ। ସାମ୍ବାଦିକଙ୍କ ଯେଉଁ ଦାବି ହେଉଛି ସେହି ବାବଦରେ ବିଭିନ୍ନ ରାଜ୍ୟ ଗସ୍ତକରି ସେଠାରେ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ତିନୋଟି ପ୍ରତିନିଧି ଦଳଙ୍କୁ ପଠାଯିବ। ରିପୋର୍ଟ ମିଳିବା ପରେ ଏ ବାବଦରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଥିଲେ। ସେହିପରି ଡିଜିଟାଲ ମିଡିଆ ବାବଦରେ ଖୁବ୍‍ଶୀଘ୍ର ଏକ ନୀତି ପ୍ରଣୟନ କରାଯିବ ବୋଲି ସେ କହିବା ସହ ଅଧିସ୍ୱୀକୃତି କମିଟି ବାବଦରେ ଖୁବ୍‍ଶୀଘ୍ର ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ। ମାଲକାନଗିରି ଜିଲ୍ଲାରେ ସାମ୍ବାଦିକମାନଙ୍କ ଗିରଫଦାରୀ ପ୍ରସଙ୍ଗରେ ସୂଚନା ଦେଇ ସେ କହିଥିଲେ ଯେ ରାଜ୍ୟ ସରକାର ଏ ବାବଦରେ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ଯାଉଛନ୍ତି। ତଦନ୍ତ ରିପୋର୍ଟ ମିଳିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଯେଉଁ ସାମ୍ବାଦିକଙ୍କର ବ୍ୟକ୍ତିଗତ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ରହୁଛି ସେମାନଙ୍କୁ ତ୍ୱରିତ୍‍ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ଶ୍ରୀ ମଙ୍ଗରାଜ ସୂଚନା ଦେଇଥିଲେ। ବର୍ତ୍ତମାନ କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଦେଖାଦେଇଥିବା ବେଳେ ସାମ୍ବାଦିକ ବନ୍ଧୁମାନେ ସତର୍କ ରହି ସରକାରଙ୍କ ଗାଇଡଲାଇନକୁ ଅନୁପାଳନ କରି ନିଜ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

About The Author: The Sakala