ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜାନୁଆରୀ ୩୧ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସ୍ନାତକର ବିଭିନ୍ନ ବିଷୟରେ ନାମଲେଖା ଫି’ ଏବଂ ପୁନଃ ପଞ୍ଜୀକରଣ ଫି’ ଛାଡ଼ କରାଯାଇଛି। ସରକାରଙ୍କ ପକ୍ଷରୁ ଅନ୍ୟ କୌଣସି ରିହାତି ସୁବିଧା ପାଉଥିଲେ ଫି’ ଛାଡ଼ ପାଇବେ ନାହିଁ ବୋଲି କୁହାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଇଗ୍ନୋର ୱେବ୍ସାଇଟ୍ www.ignou.ac.inରେ କିମ୍ବା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ମେଲ୍ ମାଧ୍ୟମରେ ଯାଗାଯୋଗ କରିପାରିବେ ବୋଲି କୁହାଯାଇଛି। ଏହାସହ ୦୬୭୪-୨୯୭୧୦୭୧ କିମ୍ୱା ୦୬୭୪-୨୩୦୧୩୪୮ ଦୂରଭାଷ ନମ୍ୱରରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ୱା ଅନ୍ୟ କୌଣସି କାରଣରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିବା ଯେକୌଣସି ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ।
ଜାନୁଆରୀ ୩୧ ଯାଏ ଚାଲିବ ଇଗ୍ନୋ ନାମଲେଖା ପ୍ରକ୍ରିୟା
ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜାନୁଆରୀ ୩୧ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସ୍ନାତକର ବିଭିନ୍ନ ବିଷୟରେ ନାମଲେଖା ଫି’ ଏବଂ ପୁନଃ ପଞ୍ଜୀକରଣ ଫି’ ଛାଡ଼ କରାଯାଇଛି। ସରକାରଙ୍କ ପକ୍ଷରୁ ଅନ୍ୟ କୌଣସି ରିହାତି ସୁବିଧା ପାଉଥିଲେ ଫି’ ଛାଡ଼ ପାଇବେ ନାହିଁ ବୋଲି କୁହାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଇଗ୍ନୋର ୱେବ୍ସାଇଟ୍ www.ignou.ac.inରେ […]