ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଲେ IAS ବିଷ୍ଣୁପଦ ସେଠୀ

ଭୁବନେଶ୍ବର:  IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ।  ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । CBI ରେଡକୁ ବିରୋଧ କରି ସେ ଏହି ଇସ୍ତଫା ଦେଇଥିବା ଜଣା ପଡ଼ିଛି । ତେବେ କହି ରଖୁଛୁ କି, ୧୯୯୫ ବ୍ୟାଚର IAS ଅଫିସର ବିଷ୍ଣୁପଦ । ବ୍ରିଜ୍ ଏଣ୍ଡ ରୁଫ୍ କଂପାନୀର ଲାଞ୍ଚ କାରବାର ମାମଲାକୁ ନେଇ ତାଙ୍କ ଘରେ ପୂର୍ବରୁ ରେଡ୍ କରାଯାଇଥିଲା । ଆଉ ଆଜି ପୁଣିଥରେ ସକାଳୁ ସିବିଆଇର ଏକ ଟିମ୍ […]

ଭୁବନେଶ୍ବର:  IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ।  ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । CBI ରେଡକୁ ବିରୋଧ କରି ସେ ଏହି ଇସ୍ତଫା ଦେଇଥିବା ଜଣା ପଡ଼ିଛି । ତେବେ କହି ରଖୁଛୁ କି, ୧୯୯୫ ବ୍ୟାଚର IAS ଅଫିସର ବିଷ୍ଣୁପଦ । ବ୍ରିଜ୍ ଏଣ୍ଡ ରୁଫ୍ କଂପାନୀର ଲାଞ୍ଚ କାରବାର ମାମଲାକୁ ନେଇ ତାଙ୍କ ଘରେ ପୂର୍ବରୁ ରେଡ୍ କରାଯାଇଥିଲା । ଆଉ ଆଜି ପୁଣିଥରେ ସକାଳୁ ସିବିଆଇର ଏକ ଟିମ୍ ରେଡ୍ କରିଛି ।ସକାଳୁ  ୮ ଜଣିଆ ସିବିଆଇ ଟିମ୍ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ତଲାସୀ କରିଛି।

ସୂଚନା ଅନୁସାରେ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି। ଏହି ସମୟରେ ସିବିଆଇ ଅଧିକାରୀଙ୍କ ସହିତ ବିଷ୍ଣୁପଦ ସେଠୀଙ୍କ ଯୁକ୍ତିତର୍କ ହୋଇଥିବାର ଦେଖା ଯାଇଥିଲା। ବିଷ୍ଣୁପଦ କହିଛନ୍ତି, ଏତଲା ନ ଥାଇ ବିନା କାରଣରେ ରେଡ କରାଯାଉଛି। ୩୦ ବର୍ଷ ହେଲା ସ୍ଵଚ୍ଛତାର ସହ କାମ କରୁଛି । ମତେ ହାରାସ୍ କରାଯାଉଛି । ପ୍ରୋଟୋକଲରେ ସିବିଆଇ ଆସିନାହିଁ । ଟିମରେ ଲେଡି ଅଫିସର ନାହାଁନ୍ତି । ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ  ଲିମିଟେଡର ଗୋଷ୍ଠୀ ମହାପ୍ରବନ୍ଧକ ଚଞ୍ଚଲ ମୁଖାର୍ଜୀଙ୍କ ସହତ କୌଣସି ଲିଙ୍କ ନାହିଁ । ଏପରିକି ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରିଛନ୍ତି । ତାଙ୍କ ପତ୍ନୀ ମଧ୍ଯ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ଅଭିଯୋଗ କରିଛନ୍ତି । କହିଛନ୍ତି, କଲେଜକୁ ଯାଇ ଝିଅକୁ ମଧ୍ୟ ହାରାସ କରାଯାଇଛି । ପରିବାରକୁ ଧମକ ଦିଆଯାଉଛି । ଆମେ ନିଃସହାୟ ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ । ବ୍ରିଜ୍ ଆଣ୍ଡ ରୁଫ୍ ଲାଞ୍ଚ ମାମଲାରେ ଆଗରୁ କମ୍ପାନୀର ଚଞ୍ଚଳ ମୁଖାର୍ଜୀଙ୍କ ସମେତ ଦୁଇ ଠିକାଦାର ଦେବଦତ୍ତ ମହାପାତ୍ର ଓ  ୩ ଜଣଙ୍କୁ ସିବିଆଇ ଗିରଫ  କରିଥିଲା। ସେମାନେ ଜାମିନକୁ ମିଳି ଯାଇଛି। ଏହି ମାମଲାରେ ଆଗରୁ ସିବିଆଇରେ ବିଷ୍ଣୁପଦ ସେଠୀ ହାଜର ହୋଇଥିଲେ। ତାଙ୍କୁ ଜେରା କରାଯାଇଥିଲା। ସେପଟେ ଆଜି ବିଷ୍ଣୁପଦଙ୍କ ଭୋଗରାଇ ବ୍ଳକ୍ ନରସଂହପୁର ସ୍ଥିତ ପୈତୃକ ବାସଭବନରେ ୩ ଜଣିଆ ସିବିଆଇ ଟିମ ଚଢାଉ କରିଛନ୍ତି । ୩ ଜଣ ଅଧିକାରୀ ସକାଳଠୁ ଘର ଭିତର ପଟୁ ବନ୍ଦ କରି ଛାନବିନ ଚଳାଇଛନ୍ତି।

About The Author: The Sakala