ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ପାଟଣାଗଡ଼: ପାରିବାରିକ କଳହର କରୁଣ ପରିଣତି । ସୈତାନ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ହୋଇଛି ଅଭିଯୋଗ । ପାଟଣାଗଡ଼ ସହରଠାରୁ ୨୩ କି.ମି ଦୂରରେ ଥିବା ଲରମ୍ଭା ଥାନା ଅନ୍ତର୍ଗତ ଭରତବାହଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି। ଗତ ରାତିରେ ସ୍ବାମୀ ପଞ୍ଚୁ ନାଏକ ତାର ସ୍ତ୍ରୀ ଅମ୍ବିକା ଓରଫ ଲିପି ନାଏକକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ଯା କରିଥିବା ନେଇ ଲରମ୍ଭା ଥାନାରେ ଅଭିଯାଗ ହୋଇଛି। ଖବର […]

ପାଟଣାଗଡ଼: ପାରିବାରିକ କଳହର କରୁଣ ପରିଣତି । ସୈତାନ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ହୋଇଛି ଅଭିଯୋଗ । ପାଟଣାଗଡ଼ ସହରଠାରୁ ୨୩ କି.ମି ଦୂରରେ ଥିବା ଲରମ୍ଭା ଥାନା ଅନ୍ତର୍ଗତ ଭରତବାହଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି। ଗତ ରାତିରେ ସ୍ବାମୀ ପଞ୍ଚୁ ନାଏକ ତାର ସ୍ତ୍ରୀ ଅମ୍ବିକା ଓରଫ ଲିପି ନାଏକକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ଯା କରିଥିବା ନେଇ ଲରମ୍ଭା ଥାନାରେ ଅଭିଯାଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତ ରାତ୍ରି ପ୍ରାୟ ୮ଟା ସମୟରେ ସ୍ବାମୀ-ସ୍ତ୍ରୀ ମଧ୍ଯରେ କୌଣସି ବିଷୟକୁ ନେଇ ବଚସା ହେବା ସହ ଜୋର ପାଟିତୁଣ୍ଡ ଶୁଣିବାକୁ ମିଳିଥିବା ପଡୋଶୀ ମାନେ କହିଛନ୍ତି। ସ୍ଥାନୀୟ ଲୋକେ ଘରକୁ ପ୍ରବେଶ କରି ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର କବାଟ ପାଖରେ ଅମ୍ବିକା ପଡି ରହିଥିଲେ। ଘଟଣା ସ୍ଥଳରୁ ପଞ୍ଚୁ ଫେରାର ହୋଇ ଯାଇଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇ ଥିଲେ।

About The Author: The Sakala