ସ୍ତ୍ରୀର ଜୁଇକୁ ଡେଇଁ ଜୀବନ ହାରିଲା ସ୍ବାମୀ

କଳାହାଣ୍ଡି : ସ୍ତ୍ରୀର ଜୁଇରେ ସ୍ବାମୀ ଝାସ ଦେଇ ଆତ୍ମାହୁତି ଦେଲା ସ୍ବାମୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଜୋଡି ଗାଁରୁ। ସ୍ତ୍ରୀର ଜୁଇରେ ସ୍ବାମୀ ଝାସ ଦେଇ ଆତ୍ମାହୁତି ଦେବା ଘଟଣା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ସୂଚନାଅନୁସାରେ ଚହକା ଗ୍ରାମ ପଞ୍ଚାୟତର ସିଆଲଯୋଡ଼ିସ୍ଥିତ ୫ ନମ୍ବର ୱାର୍ଡସଭ୍ୟା ରଇବାରୁ ଶବର(୬୦) ଅସୁସ୍ଥ ହୋଇ ଗତକାଲି ସ୍ଥାନୀୟ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଚିକିତ୍ସିତ ହୋଇ […]

କଳାହାଣ୍ଡି : ସ୍ତ୍ରୀର ଜୁଇରେ ସ୍ବାମୀ ଝାସ ଦେଇ ଆତ୍ମାହୁତି ଦେଲା ସ୍ବାମୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଜୋଡି ଗାଁରୁ। ସ୍ତ୍ରୀର ଜୁଇରେ ସ୍ବାମୀ ଝାସ ଦେଇ ଆତ୍ମାହୁତି ଦେବା ଘଟଣା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ସୂଚନାଅନୁସାରେ ଚହକା ଗ୍ରାମ ପଞ୍ଚାୟତର ସିଆଲଯୋଡ଼ିସ୍ଥିତ ୫ ନମ୍ବର ୱାର୍ଡସଭ୍ୟା ରଇବାରୁ ଶବର(୬୦) ଅସୁସ୍ଥ ହୋଇ ଗତକାଲି ସ୍ଥାନୀୟ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା।

ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁପରେ ସମ୍ପର୍କୀୟମାନେ ରୀତିନୀତି ମୁତାବକ ତାଙ୍କ ଶବ ସତ୍କାର କରିବାକୁ ଗାଁ ନିକଟରେ ଥିବା ଜମିକୁ ନେଇଥିଲେ। ସେଠାରେ ସମ୍ପର୍କୀୟମାନେ ଶବ ସତ୍କାର କରି ଫେରିଥିଲେ। କିନ୍ତୁ ସ୍ବାମୀ ନୀଳମଣି ଶବର(୬୫) ଅଧାରୁ ଫେରିଯାଇ ସ୍ତ୍ରୀଙ୍କ ଜୁଇକୁ ଡେଇଁପଡିଥି​ଲେ। ନିଆଁ ଜଳୁଥିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ସ୍ବାମୀ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

About The Author: The Sakala