ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ଯଶିପୁର :ଯଶିପୁର ଥାନା ଅନ୍ତର୍ଗତ ଚାକିଡି ପଞ୍ଚାୟତ ର ଦଲକୀବେଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାବିତ୍ରୀ ଅମାବାସ୍ୟା ପାଇଁ ସ୍ତ୍ରୀ ମାନେ ସ୍ଵାମୀଙ୍କ ଦୀର୍ଘ ଜୀବନ ପାଇଁ ପୂଜାରେ ବ୍ୟସ୍ତ ଥିବାବେଳେ ସେପଟେ ଚାକିଡି ପଞ୍ଚାୟତର ଅସୁରା ଗ୍ରାମର ଜଣେ ମଦ୍ୟପ ସ୍ୱାମୀ ଭରତ ଦେହୁରୀ ସାମାନ୍ୟ ଘରୋଇ କଳିକୁ ନେଇ ଉତ୍ୟକ୍ତ ହୋଇ ଏକ ଠେଙ୍ଗାରେ ନିଜ ସ୍ତ୍ରୀ କାଳୀ ଦେହୁରୀର ମୁଣ୍ଡରେ ଶକ୍ତ ପ୍ରହାର ଦେଇଥିଲା । ସ୍ତ୍ରୀ କାଳୀ […]

ଯଶିପୁର :ଯଶିପୁର ଥାନା ଅନ୍ତର୍ଗତ ଚାକିଡି ପଞ୍ଚାୟତ ର ଦଲକୀବେଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାବିତ୍ରୀ ଅମାବାସ୍ୟା ପାଇଁ ସ୍ତ୍ରୀ ମାନେ ସ୍ଵାମୀଙ୍କ ଦୀର୍ଘ ଜୀବନ ପାଇଁ ପୂଜାରେ ବ୍ୟସ୍ତ ଥିବାବେଳେ ସେପଟେ ଚାକିଡି ପଞ୍ଚାୟତର ଅସୁରା ଗ୍ରାମର ଜଣେ ମଦ୍ୟପ ସ୍ୱାମୀ ଭରତ ଦେହୁରୀ ସାମାନ୍ୟ ଘରୋଇ କଳିକୁ ନେଇ ଉତ୍ୟକ୍ତ ହୋଇ ଏକ ଠେଙ୍ଗାରେ ନିଜ ସ୍ତ୍ରୀ କାଳୀ ଦେହୁରୀର ମୁଣ୍ଡରେ ଶକ୍ତ ପ୍ରହାର ଦେଇଥିଲା । ସ୍ତ୍ରୀ କାଳୀ ସେହିଠାରେ ହିଁ ଟଳି ପଡିଥିଲା । ଘଟଣା ଘଟାଇ ସ୍ୱାମୀ ସେହିଠାରୁ ଫେରାର ହୋଇଯାଇଥିଲା ।

ଗ୍ରାମବାସୀ ଏହି ଘଟଣା ସମ୍ପର୍କରେ ଯଶିପୁର ଥାନାକୁ ଜଣାଇଥିଲେ । ଖବର ପାଇ ଯଶିପୁର ଥାନା ଆଇଆଇସି କ୍ଷମାସାଗର ପଣ୍ଡା ,ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳକୁ ପହଁଚି ଶବକୁ ଜବତ କରିଥିଲେ ଏବଂ ଘଟଣା ସମ୍ପର୍କରେ ଛାନଭିନ କରିଥିଲେ ଫେରାର ସ୍ୱାମୀକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲେ । ଯଶିପୁର ଥାନା କେଶ ନଂ ୧୩୬/୨୨ରେ ମାମଲା ରୁଜୁ କରି ହତ୍ୟାକାରୀ ସ୍ୱାମୀକୁ ଦଲକିବେଡା ଜଙ୍ଗଲରୁ ଗିରଫ କରାଯାଇ ଥାନାରେ ଅଟକ ରଖାଯାଇଛି ଏବଂ ହତ୍ୟା ସମ୍ପର୍କରେ ଅଧିକ ପଚରାଉଚରା କରାଯାଉଛି।

About The Author: The Sakala