ରାଜଧାନୀରେ ପୁଣି ହେଲା ଛୁରାମାଡ: ପାରବାରିକ କଳହରୁ ପତ୍ନୀଙ୍କୁ ଛୁରୀ ଭୁଷିଦେଲା ସ୍ୱାମୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ପୁଣିଥରେ ଛୁରାମାଡ। ପାରବାରିକ କଳହ କାରଣରୁ ପତ୍ନୀଙ୍କୁ ଛୁରି ଭୁଷିଦେଇଛି ନିର୍ଦୟ ସ୍ବାମୀ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ବର ଲଷ୍ମୀସାଗର ବଙ୍ଗାଳୀ ସାହି ଅଞ୍ଚଳରୁ। ସ୍ବାମୀର ଛୁରାମାଡରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ମହିଳା ଜଣକ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିବା ସହ ସ୍ୱାମୀକୁ ଅଟକ ରଖିଛି। ସୂଚନାଅନୁସାରେ ଲକ୍ଷ୍ମୀସାଗର ବଙ୍ଗାଳିସାହିରେ ରହୁଥିବା ଦୁର୍ଗା ମାଧବ ମହାପାତ୍ର […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ପୁଣିଥରେ ଛୁରାମାଡ। ପାରବାରିକ କଳହ କାରଣରୁ ପତ୍ନୀଙ୍କୁ ଛୁରି ଭୁଷିଦେଇଛି ନିର୍ଦୟ ସ୍ବାମୀ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ବର ଲଷ୍ମୀସାଗର ବଙ୍ଗାଳୀ ସାହି ଅଞ୍ଚଳରୁ। ସ୍ବାମୀର ଛୁରାମାଡରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ମହିଳା ଜଣକ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିବା ସହ ସ୍ୱାମୀକୁ ଅଟକ ରଖିଛି।

ସୂଚନାଅନୁସାରେ ଲକ୍ଷ୍ମୀସାଗର ବଙ୍ଗାଳିସାହିରେ ରହୁଥିବା ଦୁର୍ଗା ମାଧବ ମହାପାତ୍ର ଏବଂ ତାଙ୍କ ସ୍ତ୍ରୀ କଳ୍ପନା ମହାପାତ୍ରଙ୍କ ମଧ୍ୟରେ କୌଣସି କାରଣରୁ କଳହ ଆରମ୍ଭ ହୋଇଥିଲା। କଳହ ଶେଷରେ ଉଗ୍ର ରୂପେ ନେଇଥିଲା। ଆଉ ଯାହାପରେ ନିର୍ଦୟ ସ୍ବାମୀ  ଜଘନ୍ୟ କାଣ୍ଡ ଘଟାଇ ବସିଥିଲା। ରାଗ ଜର୍ଜରୀତ ହୋଇ ସ୍ବାମୀ ଦୁର୍ଗା ମାଧବ ମହାପାତ୍ର ପତ୍ନୀ କଳ୍ପନା ମହାପାତ୍ରଙ୍କ ପେଟରେ ଛୁରୀ ଭୁସି ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲରୁ ସ୍ଥାନାନ୍ତରିତ କରାଯାଇଛି ।

About The Author: The Sakala