ସଫ୍ଟୱେର ଇଞ୍ଜିନିୟରଙ୍କ ନାମରେ ‘ଆବାସ’ ହଡ଼ପ

ଆଳି : ଆଳି ବ୍ଲକ ଅନ୍ତର୍ଗତ ବାଟିପଡ଼ା ଗ୍ରାମ ପଞ୍ଚାୟତ ସାଜିଛି ଆବାସ ଯୋଜନା ହଡ଼ପର ଗନ୍ତାଘର। ଏଠାରେ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ନାମରେ ଆବାସ ଉଠାଇ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ବାଟିପଡ଼ାର କାଳନ୍ଦୀ ପରିଡ଼ାଙ୍କ ପୁଅ ସୁବ୍ରତ ପରିଡା ମୁମ୍ବାଇରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ସୁବ୍ରତଙ୍କ ଦୁଇ ମହଲା ବିଶିଷ୍ଟ ଏକ କୋଠାଘର ଥିବାବେଳେ ସେ ଭାରତ ସରକାରଙ୍କ ନିୟମିତ ଆୟକର ଦାତା। ୨୦୧୮-୧୯ରେ ତାଙ୍କ ନାମ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ […]

ଆଳି : ଆଳି ବ୍ଲକ ଅନ୍ତର୍ଗତ ବାଟିପଡ଼ା ଗ୍ରାମ ପଞ୍ଚାୟତ ସାଜିଛି ଆବାସ ଯୋଜନା ହଡ଼ପର ଗନ୍ତାଘର। ଏଠାରେ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ନାମରେ ଆବାସ ଉଠାଇ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ବାଟିପଡ଼ାର କାଳନ୍ଦୀ ପରିଡ଼ାଙ୍କ ପୁଅ ସୁବ୍ରତ ପରିଡା ମୁମ୍ବାଇରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ସୁବ୍ରତଙ୍କ ଦୁଇ ମହଲା ବିଶିଷ୍ଟ ଏକ କୋଠାଘର ଥିବାବେଳେ ସେ ଭାରତ ସରକାରଙ୍କ ନିୟମିତ ଆୟକର ଦାତା। ୨୦୧୮-୧୯ରେ ତାଙ୍କ ନାମ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨୦୧୯-୨୦ରେ ପୂର୍ଣ୍ଣାଙ୍ଗ ହୋଇଥିବା ନେଇ ସମ୍ପୂର୍ଣ ସହାୟତା ରାଶି ହଡ଼ପ କରାଯାଇଥିବା ସୁବ୍ରତ ନିଜେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ଉକ୍ତ ପଞ୍ଚାୟତର ସେବତୀ ସାହୁ ଯିଏକି ଅତ୍ୟନ୍ତ ଗରିବ।

ରହିବା ପାଇଁ ମାଟିଘରଟିଏ ବି ନାହିଁ। ଯେଉଁ କୁଡ଼ିଆରେ ରହୁଥିଲେ ସେହି କୁଡ଼ିଆଟି ଭାଙ୍ଗିଯିବା ପରେ ତାକୁ ସଜାଡ଼ି ନ ପାରି ଅନ୍ୟତ୍ର ଆଶ୍ରା ନେଇ ଜୀବନ ଜିଇଛନ୍ତି। ଯିଏକି ମାଟି କୁଡ଼ିଆଟେ ତିଆରି କରିବା ତ ଦୂରର କଥା, ସଜାଡିବାର କ୍ଷମତା ନ ଥିବାରୁ ଅନ୍ୟତ୍ର ରହୁଛନ୍ତି। ଏଭଳି ଗରିବ ଆବାସ ଯୋଜନାର ସହାୟତା ରାଶି ହଡ଼ପ ହୋଇଯାଇଥିବା ନେଇ ସେବତୀ କାନ୍ଦି କାନ୍ଦି କହିଛନ୍ତି। ସେବତୀଙ୍କ ଏହି ଆବାସ ଯୋଜନା ସହାୟତା ରାଶି ହଡ଼ପରେ ଜିଆରଏସଙ୍କ ପ୍ରଚ୍ଛନ୍ନ ହାତ ଥିବା କହିଛନ୍ତି। ବାଟିପଡ଼ା ପଞ୍ଚାୟତ ଆବାସ ହଡ଼ପ ନେଇ ସ୍ଥାନୀୟ ଭିଏଲଡବ୍ଲ୍ୟୁ ବ୍ରଜକିଶୋର ମହାନ୍ତିଙ୍କୁ ପଚାରିବାରୁ ସ୍ଥାନୀୟ ସରପଞ୍ଚଙ୍କ ନାମ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଆବାସ ଯୋଜନାର ରିଭ୍ୟୁ କରୁଥିବାରୁ ସେମିତି କିଛି ଘଟଣା ଘଟି ନ ଥିବା କହିଥିଲେ।

ସରକାରଙ୍କ ନିୟମାନୁଯାୟୀ ସ୍ଥାନୀୟ ଜିଆରଏସ ଓ ଭିଏଲଡ଼ବ୍ଲ୍ୟୁଙ୍କ ସୁପାରିସରେ ଆବାସ ପ୍ରଦାନ କରାଯାଇଥାଏ। ସେତେବେଳେ ଭିଏଲଡବ୍ଲ୍ୟୁ ବ୍ରଜବାବୁ କିଛି ଜାଣି ନ ଥିବା କହିବା ତାଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।

About The Author: The Sakala