ଆଜି ବର୍ଷୁଛି….କାଲି ବି ବର୍ଷିବ : ୧୦ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର : ଗଭୀର ଅବପାତ ପରେ ରାଜ୍ୟରେ ଲାଗି ରହିଛି ବର୍ଷା। ଗତ ଦୁଇ ଦିନ ହେବ ରାଜ୍ୟରେ ଲଗାଣ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡେ ପାଣି ଆଉ ପାଣି । ପ୍ରବଳ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ତଳିଆ ଅଞ୍ଚଳରେ ଥିବା ଲୋକେ ଅବସ୍ଥା ବେହାଲ ହୋଇ ପଡିଲାଣି । ହେଲେ ଏବେ ବି ବର୍ଷା ବିତ୍ପାତ ଶେଷ ହୋଇନି । ଅବପାତ ପ୍ରଭାବରେ ଆସନ୍ତାକାଲିବି […]

ଭୁବନେଶ୍ବର : ଗଭୀର ଅବପାତ ପରେ ରାଜ୍ୟରେ ଲାଗି ରହିଛି ବର୍ଷା। ଗତ ଦୁଇ ଦିନ ହେବ ରାଜ୍ୟରେ ଲଗାଣ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡେ ପାଣି ଆଉ ପାଣି । ପ୍ରବଳ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ତଳିଆ ଅଞ୍ଚଳରେ ଥିବା ଲୋକେ ଅବସ୍ଥା ବେହାଲ ହୋଇ ପଡିଲାଣି । ହେଲେ ଏବେ ବି ବର୍ଷା ବିତ୍ପାତ ଶେଷ ହୋଇନି ।

ଅବପାତ ପ୍ରଭାବରେ ଆସନ୍ତାକାଲିବି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ତେଣୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର,ଦେଓଗଡ. ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଜିଲ୍ଲା । ୭ରୁ ୨୦ ସେଂଟିମିଟର ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାର ତଳିଆ ଅଂଚଳରେ ପାଣି ପଶିବା ସମ୍ଭାବନା ରହିଛି । ଏଭଳିକି ପାହାଡିଆ ଅଂଚଳରେ ଭୁସ୍ଖଳନ ହେବାର ଆଶଙ୍କା ରହିଛି । ଆସନ୍ତାକାଲି ଠାରୁ ବର୍ଷାର ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।


ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ଝାଡ଼ଖଣ୍ଡକୁ ଆଚ୍ଛନ୍ନ କରି କ୍ରମଶଃ ଲଘୁଚାପରେ ପରିଣିତ ହୋଇ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ପାଲଟିବାର ସମ୍ଭାବନା ରହିଛି। ଏଥି ପାଇଁ ବର୍ଷା ଲାଗିରହିବ। ଏନେଇ ଆସନ୍ତାକାଲି ପର୍ଯ୍ୟନ୍ତ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ। ସେହିପରି ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ନୟାଗଡ଼, ନବରଙ୍ଗପୁର, ଯାଜପୁର।

ସେପଟେ ପ୍ରବଳ ବର୍ଷ କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଯାହା ଫଳରେ ବନ୍ୟାର ଆଶଂଙ୍କା ସୃଷ୍ଟି ହୋଇଛି। ଏସବୁ ଭିତରେ ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ଏସଆରସି । ଜିଲ୍ଲାପାଳଙ୍କ ସହ ଆଲୋଚନା ବର୍ଷା ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏଥି ସହିତ ବିଭିନ୍ନସ୍ଥାନରେ ଅଗ୍ନିଶମ,ଓଡ଼୍ରାଫ ଓ ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳସ୍ତର ଉପରେ ନଜର ରଖାଯାଇଛି।

About The Author: The Sakala