ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି; ୪୦ ଡିଗ୍ରୀ ଉପରେ ୧୩ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । କଲବଳ କରୁଛି ଅସହ୍ୟ ତାତି । ମାର୍ଚ୍ଚ ଅଧାରୁ ସାରା ରାଜ୍ୟରେ ନିଆଁ ବର୍ଷା । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଆଜି ପ୍ରବଳ ତାତି ଓ ଖରା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଅନ୍ୟ ୪ଟି ଜିଲ୍ଲାକୁ ଅରେଞ୍ଜ […]

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । କଲବଳ କରୁଛି ଅସହ୍ୟ ତାତି । ମାର୍ଚ୍ଚ ଅଧାରୁ ସାରା ରାଜ୍ୟରେ ନିଆଁ ବର୍ଷା । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଆଜି ପ୍ରବଳ ତାତି ଓ ଖରା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଅନ୍ୟ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଳାଗୁଡ଼ିକ ହେଲା ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧ । ସେହିପରି ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କେନ୍ଦୁଝର, କଯକ, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଏହିପରି ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୧୮ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୬ ସହର । ସେହିଭଳି ୪୦ ଡିଗ୍ରୀ ଟପିଛି ଓଡ଼ିଶାର ୧୩ ସହରର ତାପମାତ୍ରା । ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ଏକ ନମ୍ବର ସହର ପାଲଟିଛି। ୪୨.୨ ଡିଗ୍ରୀ ସହ ଦ୍ବିତୀୟରେ ସମ୍ବଲପୁର ରହିଥିବା ବେଳେ ୪୧.୮ ଡିଗ୍ରୀ ଛୁଇଁଛି ଝାରସୁଗଡାର ତାପମାତ୍ରା। ସୂଚନା ଅନୁସାରେ ୧୯ ତାରିଖରୁ ତାତିରୁ ମିଳିବ ତ୍ରାହି। ୧୯, ୨୦ ଓ ୨୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

About The Author: The Sakala