ଭୁବନେଶ୍ବର: ସ୍ବାସ୍ଥ୍ୟସେବାକୁ ରାଜ୍ୟ ସରକାରଙ୍କ ଫୋକସ୍ । ସୃଷ୍ଟି ହେଲା ୫ ହଜାର ନୂଆ ଡାକ୍ତର ପଦବୀ । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଜାରି ହୋଇଛି। ନୂଆ ଡାକ୍ତର ପଦବୀ ସୃଷ୍ଟିକୁ ରାଜ୍ୟପାଳ ମଞ୍ଜୁର କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପାଇଁ ପଦବୀ ସୃଷ୍ଟି ହୋଇଛି। ୩୨ ଉପଖଣ୍ଡ ଚିକିତ୍ସାଳୟରେ ୧୫ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଥିବା ବେଳେ ୩୭୫ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି। ୫ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି। ସିଡିଏ ଓ ଚାଉଳଗଞ୍ଜ UCHCରେ ୮ ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି।
[wp-embedder-pack width=”100%” height=”400px” download=”all” download-text=”” attachment_id=”91601″ /]